ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗରିବ ପରିବାରକୁ ୭୨ ହଜାର ଟଙ୍କା ଦେବାକୁ କଂଗ୍ରେସ ଦେଲା ବଡ଼ ପ୍ରତିଶ୍ରୁତିା

ପ୍ରାର୍ଥି ତାଲିକା ଘୋଷଣା କରି ଅନ୍ୟ ଦଳଠାରୁ ଆଗରେ ରହିଥିବା କଂଗ୍ରେସ ଆଜି ନିର୍ବାଚନୀ ଇସ୍ତାହର ପ୍ରକାଶ କରି ଅନ୍ୟ ଦଳକୁ ଚକମା ଦେଇଛିା ୨୦୧୯ ନିର୍ବାଚନ ପାଇଁ ଏହି ଇସ୍ତାହାରରେ ଦେଶବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛି କଂଗ୍ରେସା

କଂଗ୍ରେସ ସରକାରକୁ ଆସିଲେ କୃଷି ପାଇଁ ସ୍ୱତନ୍ତ୍ର ବଜେଟ, ଗରିବ ପରିବାରକୁ ଟଙ୍କା ଏବଂ ଯୁବକଙ୍କୁ ସରକାରୀ ଚାକିରି ଦେବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେଇଛିା

ଗରିବ ପରିବାରକୁ ୭୨ ହଜାର

ଗରିବ ଲୋକଙ୍କ ଭୋଟ ପାଇଁ ଇସ୍ତହାରରେ ବଡ଼ ପ୍ରତିଶ୍ରୁତି ଦେଇଛି କଂଗ୍ରେସା କ୍ଷମତାକୁ ଆସିଲେ ପ୍ରତି ଗରିବ ପରିବାରକୁ ୭୨ ହଜାର ଟଙ୍କା ଲେଖାଏଁ ଦେବାକୁ କଂଗ୍ରେସ କହିଛିା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଗରିବ ଲୋକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଦେବା ପାଇଁ ମୋଦି ପ୍ରତିଶ୍ରୁତି ଦେଇଥିଲୋ ହେଲେ ତାହା ସମ୍ଭବ ହୋଇପାରିଲା ନାହିଁ। କିନ୍ତୁ କଂଗ୍ରେସ ଗୋଟିଏ ବର୍ଷରେ ଗରିବ ପରିବାରଙ୍କ ଆକାଉଣ୍ଟକୁ ସିଧା ୭୨ ହଜାର ଟଙ୍କା ଦେବା ଏହାସହ ଜିଏସଟି ଏବଂ ବିମୁଦ୍ରାକରଣ ପରେ ଦେଶରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବ କଂଗ୍ରେସା

୨୨ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି

ଏହି ଇସ୍ତହାରରେ କଂଗ୍ରେସ କହିଛି ସାରା ଦେଶରେ ୨୨ ଲକ୍ଷ ସରକାରୀ ଚାକିରି ଖାଲି ପଡ଼ିଛିା ଖାଲି ପଡ଼ିଥିବା ପଦବୀକୁ ୨୦୨୦ ସୁଦ୍ଧା କଂଗ୍ରେସ ପୂରଣ କରିବା ୧୦ ଲକ୍ଷ ଯୁବକଙ୍କୁ ଗ୍ରାମପଞ୍ଚାୟତରେ କଂଗ୍ରେସ କ୍ଷମତାକୁ ଆସିଲେ ନିଯୁକ୍ତି ଦେବା

କୃଷି ପାଇଁ ସ୍ୱତନ୍ତ୍ର ବଜେଟ

ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କଂଗ୍ରେସ ଶ୍ରମିକମାନଙ୍କୁ ୧୫୦ ଦିନର ରୋଜଗାର ଦେବାକୁ ଲକ୍ଷ୍ୟ ରଖିଥିଲା। ସେହିପରି କୃଷକମାନଙ୍କ ପାଇଁ ଅଲଗା ବଜେଟ କରିବା ପାଇଁ ଲକ୍ଷ୍ୟ ରହିଛିା କାରଣ କୃଷକମାନେ ଜାଣିବା ଦରକାର ଯେ ତାଙ୍କ ପାଇଁ କେତେ ଟଙ୍କା କେଉଁ ବାବଦରେ ବ୍ୟୟବରାଦ ହେଉଛିା

ଏହାସହ ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରକୁ ମଧ୍ୟ କଂଗ୍ରେସ ଗୁରୁତ୍ୱ ଦେଇଛିା ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମଙ୍କ ଅଧ୍ୟକ୍ଷତାରେ ଇସ୍ତାହାର କମିଟି ଗଠନ କରାଯାଇଥିଲା। ସବୁ ବର୍ଗର ଲୋକଙ୍କୁ ଦୃଷ୍ଟିରେ ରଖି ଇସ୍ତାହାର ପ୍ରସ୍ତୁତ କରାଯାଇଥିବା ଚିଦାମ୍ବରମ କହିଛନ୍ତିା

LEAVE A REPLY

Please enter your comment!
Please enter your name here