ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଭୁବନେଶ୍ୱର ନାଲକୋସ୍ଥିତ ନାଲକୋ ମହାନଦୀ ନିବାସ ଅଡିଟୋରିୟମ୍‌ରେ ନାଲକୋ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ନାଲକୋ ସିଏମ୍‌ଡି ତପନ କୁମାର ଚାନ୍ଦ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡ଼ିଆଙ୍କ ପରିବାରବର୍ଗଙ୍କୁ ସମ୍ମାନିତ କରିଥିଲେ। ଏହାସହ କ୍ରୀଡ଼ା କ୍ଷେତ୍ରରେ ସଫଳତା ପାଇଥିବା ନାଲକୋ କର୍ମଚାରୀଙ୍କ ପୁଅ ଦେବୀଦତ୍ତ ମିଶ୍ରଙ୍କୁ ପୁରସ୍କୃତ କରିଥିଲେ।

ଏହୀ ଅବସରରେ ଚାନ୍ଦ ନାଲକୋର ନୂଆ ୱେବ୍‌ସାଇଟ୍‌ର ଲୋକାର୍ପଣ କରିଥିଲେ। ନାଲକୋ ମହିଳା ସମିତିର ତ୍ରୈମାସିକ ପତ୍ରିକା ‘ସଙ୍ଗିନୀ’ର ନୂତନ ସଂସ୍କରଣ ମଧ୍ୟ ଉନ୍ମୋଚିତ ହୋଇଥିଲା।

ଉତ୍କଳ ଦିବସ ଅବସରରେ ନାଲକୋ ନିର୍ଦ୍ଦେଶକ ଭି ବାଲସୁବ୍ରମଣ୍ୟମ, ନିର୍ଦ୍ଦେଶକ ବସନ୍ତ କୁମାର ଠାକୁର, ନିର୍ଦ୍ଦେଶକ ସଞ୍ଜୀବ ରାୟ, ନାଲକୋ ମହିଳା ସମିତି ଅଧ୍ୟକ୍ଷା ପ୍ରୀତି ରାୟ ଚାନ୍ଦ ଏବଂ କମ୍ପାନିର ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Comment