ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବରୁଣ ଧୱନ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ କଳଙ୍କର ଟ୍ରେଲର ରିଲିଜ ହୋଇଛି। ପୂର୍ବରୁ ଫିଲ୍ମର ଟିଜର ରିଲିଜ କରାଯାଇଥିଲା। ଫିଲ୍ମର ଟିଜରକୁ ପସନ୍ଦ କରାଯାଇଥଲାବେଳେ ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦ କରିବେ ଆଶା କରାଯାଉଛି।

ଫିଲ୍ମର ପ୍ରଡ୍ୟୁସର କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମ ଆକଉଣ୍ଟରେ ଏହାକୁ ସେୟାର କରିଛନ୍ତି। ୨ ମିନିଟ ୧୧ ସେକେଣ୍ଡର ଟ୍ରେଲରରେ ସମସ୍ତ କଳାକାରଙ୍କ ଦମ୍‌ଦାର ଅଭିନୟ ଦେଖାଯାଇଛି।

ମଲ୍ଟି ଷ୍ଟାରର ଏହି ଫିଲ୍ମରେ ମାଧୁରୀ ଦୀକ୍ଷିତ, ସଞ୍ଜୟ ଦତ୍ତ, ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା ଅଭିନୟ କରିଛନ୍ତି। ଫିଲ୍ମଟି ଏପ୍ରିଲ ୧୭ରେ ରିଲିଜ ହେବ।

Comment