ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ସମ୍ପ୍ରତି ଅନେକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଥିଲେ ମଧ୍ୟ କେତେକ ଲୋକେ କୁସଂସ୍କାର ତଥା ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହେଉଥିବା ଦୃଷ୍ଟିଗୋଚର ହୋଇଥାଏ। ମଧ୍ୟପ୍ରଦେଶ ବୈତୁଲ ଜିଲାର ମାଲାଜପୁରରେ ରହିଛି ଦେବଜୀ ମହାରାଜ ମନ୍ଦିର। ଏଠାରେ ପ୍ରତିଦିନ ବିଭିନ୍ନ ରୋଗୀଙ୍କ ଗହଳି ହୋଇଥାଏ।

ଶରୀରରେ ସୃଷ୍ଟି ହେଉଥିବା ସମସ୍ତ ରୋଗ ପାଇଁ ପ୍ରେତାତ୍ମା ଦାୟୀ ବୋଲି ସେମାନେ ଭାବନ୍ତି। ମନ୍ଦିର ପୂଜାରୀ କର୍ପୂର ଜଳାଇ ଝାଡୁରେ ପିଟି ରୋଗୀଙ୍କ ଚିକିତ୍ସା କରିଥାନ୍ତି। ଏହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କୁ ରୋଗରୁ ମୁକ୍ତି ମିଳିଥାଏ ବୋଲି ତାଙ୍କର ରହିଛି ବିଶ୍ୱାସ।

ଏଠାରେ ପ୍ରତିବର୍ଷ ଭୂତମେଳାର ଆୟୋଜନ କରାଯାଇଥାଏ। ରୋଗୀଙ୍କୁ ଲୁହା ଚେନ୍‌ରେ ବନ୍ଧାଯାଇ ଏକ ନିଦ୍ଦିଷ୍ଟ ସଂଖ୍ୟକ ଝାଡୁ ପାହାର ଦିଆଯାଇଥାଏ। ମେଳାରେ ବହୁ ଦୂର ଦୂରାନ୍ତରୁ ରୋଗୀ ଆସି ରୋଗମୁକ୍ତ ହୋଇଥାନ୍ତି ବୋଲି ସେଠାକାର ଲୋକେ କହିଥାନ୍ତି।

Comment