ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକେ ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ୍‌ସେ ନେଇ ପାରୁନାହାନ୍ତି। ସାଧାରଣତଃ ସ୍ୱାସ୍ଥ୍ୟ ସହ ଜଡ଼ିତ ଛୋଟ ଛୋଟ ସମସ୍ୟାକୁ ଆମେ ଅବହେଳା କରିଥାଉ। ହୃଦଘାତଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଆଧୁନିକ ଜୀବନଶୈଳୀ ଓ ବ୍ୟସ୍ତବହୁଳ ଦିନଚର୍ଯ୍ୟା କାରଣରୁ ଗାଁରେ ବାସ କରୁଥିବା ଲୋକଙ୍କ ଅପେକ୍ଷା ସହରରେ ବାସ କରୁଥିବା ଲୋକଙ୍କୁ ୩ଗୁଣା ଅଧିକ ହୃତଘାତଜନିତ ସମସ୍ୟା ଦେଖାଯାଉଛି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।

ସାମାନ୍ୟ ସଚେତନତା ଆପଣଙ୍କ ହୃଦରୋଗ ଆଶଙ୍କାରୁ ଦୂରେଇ ପାରିବ।

ସିଡ଼ି ଚଢ଼ିଲାବେଳେ ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲେ, କିଛି ବାଟ ଚାଲିବା ପରେ ଛାତିରେ ଦରଜ ଅନୁଭବ କରୁଥିଲେ, ଟିକେ କାମ କରିବା ପରେ ଥକିଯିବା, ସକାଳୁ ଶୋଇକରି ଉଠିବା ପରେ ବି ମୁଣ୍ଡବିନ୍ଧା ହେବା ଲଗାତର ପିଠି ଏବଂ କାନ୍ଧ ଦରଜ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ହୃଦ୍‌ରୋଗର ଆଉ ଏକ ଲକ୍ଷଣ ହେଲା କାନ ବିନ୍ଧିବା। ଏହାକୁ ଅଣଦେଖା କରନ୍ତୁ ନାହିଁ। ଶୋଇବା ସମୟରେ ଅଧିକ ଘୁଙ୍ଗୁଡ଼ି ମାରିଲେ ଅମ୍ଳଜାନ ଯୋଗାଣ ଉପରେ ତା’ର ପ୍ରଭାବ ପଡ଼ିଥାଏ। ଯାହାକି ପରୋକ୍ଷରେ ହୃଦୟ ଉପରେ ଚାପ ସୃଷ୍ଟି କରିଥାଏ। ତେଣୁ ଶୋଇବା ବେଳେ କିଛି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ସୁଷମ ଖାଦ୍ୟ ଖାଆନ୍ତୁ। ଯେତେସମ୍ଭବ ତେଲ ମସଲା, ଆମିଷ ଖାଦ୍ୟକୁ ପରିହାର କରନ୍ତୁ। ଦିନକୁ ଅଳ୍ପ ଅଳ୍ପ କରି ଅନେକ ଥର ଖାଆନ୍ତୁ।

ନିୟମିତ ବ୍ୟାୟାମ, ଯୋଗ ଓ ପ୍ରାଣାୟମ କରନ୍ତୁ।

ନିଶାଦ୍ରବ୍ୟ ସେବନ ତଥା ଧୂମପାନ ପରିତ୍ୟାଗ କରନ୍ତୁ।

Comment