ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଟର ସାଇକେଲ କମ୍ପାନି ରୟାଲ ଏନ୍‌ଫିଲ୍ଡ ନିକଟରେ ଦୁଇଟି ବୁଲେଟ୍‌ ଲଞ୍ଚ କରିଛି। ରୟାଲ ଏନ୍‌ଫିଲ୍ଡ ବୁଲେଟ ୩୫୦ ଓ ରୟାଲ ଏନ୍‌ଫିଲ୍ଡ ବୁଲେଟ ୩୫୦ ଇଏସ୍‌। ସିଙ୍ଗେଲ ଚ୍ୟାନେଲ ଏବିଏସ୍‌  ଓ ରିୟର ଲିଫ୍ଟ ପ୍ରୋଟେକକ୍ସନ ସହ ଏହି ଦୁଇଟି ବାଇକ୍‌କୁ ଲଞ୍ଚ୍‌ କରାଯାଇଛି।

ରୟାଲ ଏନ୍‌ଫିଲ୍ଡ ବୁଲେଟ ୩୫୦ ମୂଲ୍ୟ ୧.୨୧ ଲକ୍ଷ ଟଙ୍କା ରଡିଥିବା ବେଳେ ବୁଲେଟ ୩୫୦ ଇଏସ୍‌ର ମୂଲ୍ୟ ୧.୩୫ ଲକ୍ଷ ଟଙ୍କା ରହିଛି।

ନୁତନ ନିୟମ ଅନୁସାରେ ବର୍ତ୍ତମାନ ସମସ୍ତ ବାଇକ୍‌ରେ ସିବିଏସ୍‌(କମ୍ବାଇନ୍‌ ବ୍ରେକିଂ ସିଷ୍ଟମ) କିମ୍ବା ଏବିଏସ୍‌(ଆଣ୍ଟି ଲକ୍‌ ବ୍ରେକିଂ ସିଷ୍ଟମ) ବ୍ରେକିଂ ସିଷ୍ଟମ ଲଗାଇବା ବାଧ୍ୟତାମୂଳକ। ଏହି ସହିତ ରୟାଲ ଏନ୍‌ଫିଲ୍ଡ ଲଞ୍ଚ କରିଥିବା ଦୁଇଟି ବାଇକ୍‌ରେ ଏବିଏସ୍‌ ସିଷ୍ଟମ ସହ ବଜାରକୁ ଛଡ଼ାଯାଇଛି।

Comment