ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

କଂଗ୍ରେସ ସଭାପତି ରାହୁଲ ଗାନ୍ଧି  ଆଜି କେରଳର ୱାଇନାଡ୍‌ ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ରାହୁଲଙ୍କ ସହିତ ଭଉଣୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ବି ଉପସ୍ଥିତ ରହିବେ। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ରାହୁଲ ଓ ପ୍ରିୟଙ୍କା ଏକ ରୋଡ଼ ଶୋ କରିବେ।

ରାହୁଲ ବୁଧବାର କେରଳ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ରାହୁଲଙ୍କୁ ବହୁସଂଖ୍ୟାରେ ଦଳ ନେତା ଓ କର୍ମୀ ସ୍ଵାଗତ କରିଥିଲେ।

ରାହୁଲ ଗାନ୍ଧି ଏଥରର ନିର୍ବାଚନ ୨ଟି ସ୍ଥାନରୁ ଲଢ଼ିବେ। ଗୋଟିଏ ଉତ୍ତର ପ୍ରଦେଶର ଆମେଥି ଓ ଅନ୍ୟଟି କେରଳର ୱାଇନାଡ୍‌ରୁ ନିର୍ବାଚନ ଲଢ଼ିବେ।

ତେବେ ରାହୁଲ ୨ଟି ସ୍ଥାନରୁ ନିର୍ବାଚନ ଲଢ଼ିବା ସ୍ପଶ୍ଟ ହେବା ପରେ ଏହାକୁ ନେଇ ରାଜନୀତିକରଣ ଆରମ୍ଭ ହୋଇଯାଇଛି। ଅନ୍ୟପଟେ କୁହାଯାଇପାରେ ବି ରାହୁଲ କେରଳରୁ ଲଢ଼ିବା କେଉଁଠି ନା କେଉଁଠି କଂଗ୍ରେସ ଦକ୍ଷିଣାଞ୍ଚଳରେ ଭୋଟ ହାତେଇବା ସହ ଜନମତ ହାସଲ କରିବାକୁ ଚେଷ୍ଟା କରିବ। ଆମେଥୀରେ ରାହୁଲଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ କରିଛି ସ୍ମୁତି ଇରାନୀଙ୍କୁ।

Comment