ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିଶୁମାନଙ୍କ ହୃଦୟ ଯେ ସଂସାରର ଅନ୍ୟ ସମସ୍ତଙ୍କଠାରୁ ସ୍ୱଚ୍ଛ ଏଥିରେ ତିଳେ ବି ସନ୍ଦେହ ନାହିଁ। ଫଟୋରେ ଦିଶୁଥିବା ଏହି କଅଁଳ ଶିଶୁ ପୁତ୍ର ଜଣକ ମିଜୋରାମରେ। ଗୋଟିଏ ହାତରେ କୁକୁଡ଼ା ଓ ଅନ୍ୟ ହାତରେ ଟଙ୍କା ଧରି ବିକଳ ନୟନରେ ଚାହିଁଥିବା ଏହି କୁନି ପିଲାଟି କଥା ଶୁଣିଲେ ଚକିତ ହୋଇଯିବେ।

ମିଜୋରାମରେ ଏହି କୁନି ପିଲାଟି ନିଜ ନୂଆ କିଣା ଯାଇଥିବା ସାଇକେଲ୍ ଧରି ରାସ୍ତାରେ ଚଲାଉଥାଏ। ସେହି ସମୟରେ ଦୁର୍ଭାଗ୍ୟକୁ ତା’ ସାଇକେଲ୍ ସାମ୍ନାକୁ ଚାଲି ଆସିଲା ପଡ଼ୋଶୀ ଘରର କୁକୁଡ଼ା। ପିଲାଟି ସାଇକେଲ୍ ଉପରେ ନିୟନ୍ତ୍ରଣ ରଖି ନପାରିବାରୁ କୁକୁଡ଼ା ଦେହରେ ଆଘାତ ଲାଗିଲା।

ସଙ୍ଗେସଙ୍ଗେ କୁକୁଡ଼ାକୁ ଭଲ କରିବା ପାଇଁ ତା’ ପାଖରେ ଥିବା ୧୦ ଟଙ୍କାକୁ ଧରି   ହସ୍ପିଟାଲ୍ ନେଇଥିଲା।  ଫେସ୍‌ବୁକ୍‌ରେ ଏହି ଫଟୋକୁ ସେୟାର୍ ହେବା ପରେ ତାହା ଏବେ ସୁଦ୍ଧା ୫୦ ହଜାର ସେୟାର୍ ହୋଇ ସାରିଲାଣି। ପିଲାଟିର ନିରୀହ ଆଖି ତା’ ନିର୍ମଳ ମନର କଥା କହୁଛି। ଅନେକ ଫେସ୍‌ବୁକ୍ ବ୍ୟବହାରକାରୀ ପିଲାଟିକୁ ଖୁବ୍ ପ୍ରଶଂସା କରିଛନ୍ତି।

Comment