ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ସମସ୍ତ ଧର୍ମର ଲୋକ ବାସକରନ୍ତି। ସେଥିମଧ୍ୟରୁ ସର୍ବାଧିକ ହିନ୍ଦୁ ଅଧିବାସୀ ରହିଥାନ୍ତି। ସାରା ଭାରତରେ ମନ୍ଦିର ଗୁଡ଼ିକରେ ହିନ୍ଦୁ ଦେବାଦେବୀ ପୂଜା ପାଇଥାନ୍ତି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ମାହାତ୍ମ୍ୟ ରହିଥାଏ। ଭାରତରେ ଏଭଳି ଏକ ମନ୍ଦିର ରହିଛି ଯାହା ସମ୍ପୂର୍ଣ୍ଣ ଭାବେ ଭିନ୍ନ ଅଟେ।

ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାର ଭୈଁସଦେହୀ ନଦୀ ନିକଟରେ ଏକ ମନ୍ଦିର ରହିଛି। ଅଭିଶାପ ଯୋଗୁଁ ମନ୍ଦିରଟି ଅଧାଗଢ଼ା ହୋଇ ଆଜି ପର୍ଯ୍ୟନ୍ତ ରହିଛି। ଲୋକକଥା ଅନୁଯାୟୀ, ଦୁଇ ଭାଇ ମିଶି ଏକ ମନ୍ଦିର ନିର୍ମାଣ କରୁଥିଲେ। ମାତ୍ର ଏହାକୁ ପୁରା କରି ପାରିଲେ ନାହିଁ। ଏହି ମନ୍ଦିରର ନାମ ସିଦ୍ଧେଶ୍ୱରନାଥ ମନ୍ଦିର। ଏହି ମନ୍ଦିରର ୧୧ ଶହ ମସିହାରେ ନିର୍ମାଣ ହୋଇଥିଲା ଏବଂ ଏହାକୁ ଗୟା ରାଜା ନିର୍ମାଣ କରାଇଥିଲେ।

ଗୟାର ରାଜଧାନୀ ସେତେବେଳେ ମହିଷ୍ମତୀ ନାମରେ ଜଣାଥିଲା। ଗୟା ରାଜା ଶିବଙ୍କ ପ୍ରିୟ ଭକ୍ତ ଥିଲେ। ତେଣୁ ନଗରରେ ଶିବମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ। ତେଣୁ ମନ୍ଦିର ନିର୍ମାଣ ପାଇଁ ବାସ୍ତୁଶିଳ୍ପୀ ଦୁଇ ଭାଇ ନାଗର ଏବଂ ଭୋଗରଙ୍କୁ ଡକାଇଲେ। କୁହାଯାଏ, ଏହି ଦୁଇ ଭାଇ ରାଜିରେ ନଗ୍ନ ହୋଇ ମନ୍ଦିର ନିର୍ମାଣ କରୁଥିଲେ।

ଦୁଇ ଭାଇଙ୍କୁ ଅଭିଶାପ ଥିଲା ଯଦି ତାଙ୍କୁ ଏହି ଅବସ୍ଥାରେ କିଏ ଦେଖିନେବେ ତେବେ ଦୁଇଜଣ ପଥର ପାଲଟିଯିବେ। ଦିନେ ରାତିରେ ଦୁଇ ଭାଇ ନଗ୍ନ ହୋଇ ମନ୍ଦିର ନିର୍ମାଣ କରୁଥିଲେ। ଏହି ସମୟରେ ସେମାନଙ୍କ ଭଉଣୀ ଖାଇବା ନେଇ ଆସି ଭାଇ ଦୁଇଜଣଙ୍କୁ ଡାକିଦେଲେ। ସତକୁ ସତ ଏମିତି ଘଟିଲା ଦୁଇଭାଇ ପଥର ପାଲଟି ଗଲେ।

ସେବେଠାରୁ ଏହି ମନ୍ଦିର ଅସମ୍ପୂର୍ଣ୍ଣ ହୋଇରହିଛି। ତଥାପି ଏହାକୁ ଦେଖିବାକୁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସୁଛନ୍ତି।

Comment