ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ପାଇଁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାଇଟେକ୍‌ ପ୍ରଚାର କରିବେ। ହାଇଟେକ୍‌ ବସ୍‌ରେ ଯାଇ କୋରାପୁଟରେ କରିବେ ପ୍ରଚାର। ଅବିଭକ୍ତ କୋରାପୁଟ ଯାଇ ନବୀନ ୪ଟି ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଏହାସହ ଜୟପୁରରେ ରୋଡ ସୋ’ କରିବେ।

ଜୟପୁର ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଯିବେ। ସେଠାରୁ ସଭା ସାରି ପଟ୍ଟାଙ୍ଗାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ପରେ ଲଷ୍ମୀପୁର ଯାଇ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ ନବୀନ।

ଅପରାହ୍ନ ୩ଟାରେ କୋରାପୁଟର ଡୁମୁରୀପୁଟଠାରେ ନବୀନ ପ୍ରଚାର ସଭା କରିବେ। ପରେ ଜୟପୁରରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭା କାର୍ଯ୍ୟକ୍ରମ। ଜୟପୁରରେ ନବୀନ କରିବେ ରୋଡ୍ ସୋ’।

ଜୟପୁରରେ ପହଞ୍ଚିସାରିଛି ନବୀନଙ୍କ ହାଇଟେକ୍‌ ବସ୍‌। ନବୀନଙ୍କ ଗସ୍ତକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Comment