ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଯାଜପୁର ଜିଲ୍ଲା ଧର୍ମଶାଳା ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ। ଯାଜପୁର ଜିଲ୍ଲାପାଳଙ୍କ ଅଫିସ୍ରେ ପ୍ରଣବ ପ୍ରାର୍ଥିପତ୍ର ଭରିବେ। ପ୍ରାର୍ଥିପତ୍ର ଦାଖଲ ପାଇଁ ଏକ ବିଶାଳ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ବାହାରିଛନ୍ତି ପ୍ରଣବ।
ଏଥର ନିର୍ବାଚନରେ ପ୍ରଣବଙ୍କ ବିପକ୍ଷରେ କଂଗ୍ରେସର ସ୍କୃତିରେଖା ପହି ପ୍ରାର୍ଥୀ ହୋଇଛନ୍ତି। ସେହପରି ବିଜେପି ତୁଷାର ପରିଡ଼ାଙ୍କୁ ପ୍ରାର୍ଥୀ କରିଛି।
ଦ୍ଵିତୀୟ ଥର ପାଇଁ ପ୍ରଣବ ଧର୍ମଶାଳା ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ। ୨୦୧୪ ନିର୍ବାଚନରେ ପ୍ରଣବ ଏହି ଆସନରେ ଲଢ଼ିଥିଲେ। ତାଙ୍କ ବିପକ୍ଷରେ କଂଗ୍ରେସର ଶ୍ରୀନାଥ ମିଶ୍ର ଓ ବିଜେପିର ରମେଶ ଚନ୍ଦ୍ର ପରିଡ଼ା ନିର୍ବାଚନ ଲଢ଼ିଥିଲେ। ପ୍ରଣବ ୨୦୧୪ରେ ବାଜି ମାରି ନେଇଥିଲେ।

















