ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ଦିର ନାଁ ଶୁଣିଲେ ମନରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସହ ଭକ୍ତିମୟ ପରିବେଶ ଆଖି ସାମ୍ନାକୁ ଚାଲିଆସେ। କିନ୍ତୁ ଦକ୍ଷିଣ–ଏସିଆର ଦେଶ ଥାଇଲାଣ୍ଡର ଚିୟାଙ୍ଗରେ ଏମିତି ଏକ ମନ୍ଦିର ଅଛି ଯେଉଁଠିକୁ ଶ୍ରଦ୍ଧାଳୁ ଦେବାଦେବୀ ନୁହେଁ, ବରଂ ନର୍କ ଦର୍ଶନ କରିବାକୁ ଯାଆନ୍ତି। ଏହି ମନ୍ଦିରକୁ ବେଟ ମେ କେଟ୍ ନୋଇ କୁହାଯାଏ।

ଏଠାରେ ଭକ୍ତ କୌଣସି ଭଗବାନଙ୍କର ପୂଜା କରନ୍ତି ନାହିଁ। ମୃତ୍ୟୁ ପରେ ନିଜ ପାପ ପାଇଁ ମିଳୁଥିବା ଦଣ୍ଡ ଦେଖିବାକୁ ଯାଆନ୍ତି। ମନ୍ଦିରରେ ଏମିତି ଅନେକ ମୂର୍ତ୍ତି ଅଛି ଯାହା ପାପ ବଦଳରେ ନର୍କରେ ଦିଆଯାଉଥିବା ଦଣ୍ଡକୁ ଦର୍ଶାଇଥାଏ ।

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କଙ୍କଠୁ ପ୍ରାୟ ୭୦୦ କିଲୋମିଟର ଦୂରରେ ରହିଛଇ ଚିୟାଙ୍ଗ। ଯେଉଁଠାରେ ପ୍ରାୟ ୩୦୦ ମନ୍ଦିର ଅଛି।

ମୃତ୍ୟୁ ପରେ ଦିଆଯାଉଥିବା ଯାତନାକୁ ମୂର୍ତ୍ତି ଆକାରରେ ନିର୍ମାଣ କରି ଏଠାରେ ରଖାଯାଇଛି। ଏଠାକାର ପ୍ରତ୍ୟେକ ମୂର୍ତ୍ତି ନର୍କର ଯାତନା ଏବଂ କଷ୍ଟର ସଙ୍କେତ ଦେଇଥାଏ। ଏହାସହ ଦର୍ଶାଇଥାଏ କେଉଁ ପାପ ପାଇଁ କି ପ୍ରକାର ଦଣ୍ଡ ମିଳିଥାଏ। ନିଜ ପାପର ପ୍ରାୟଶ୍ଚିତ କରିବାକୁ ଏହି ମନ୍ଦିରକୁ ଆସିଥାନ୍ତି ଲୋକ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯିଏ ଏହି ମନ୍ଦିର ଆସି ଦର୍ଶନ କରିନିଏ ତା’ ପାପର ପ୍ରାୟଶ୍ଚିତ ହୋଇଯାଏ ।

Comment