ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ସିନେମା ଜଗତରେ ରିୟା ଦେ ଜଣେ ଜଣାଶୁଣା ଲୋକପ୍ରିୟ ନାୟିକା। ଅଭିନୟ ସାଙ୍ଗକୁ ଡ୍ୟାନ୍ସରେ ବି ବେଶ୍‌ ନିପୁଣ ଏହି ନାୟିକା ଜଣକ। ତାଙ୍କ ଅଭିନୟ ସାଙ୍ଗକୁ ଡ୍ୟାନ୍ସର ଯାଦୁ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଛି। ଏହି ଦକ୍ଷତା ଯୋଗୁଁ ସେ ଓଡ଼ିଆ ସିନେ ଜଗତରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ରହିଛି, ପ୍ରେମ ଅଢ଼େଇ ଅକ୍ଷର, କ୍ରିମିନାଲ, ଧର୍ମ, ଇଡିଅଟ, ଏମିତି ବି ପ୍ରେମ ହୁଏ, ତୁ ମୋ ଦେହର ଛାଇ,  ପାଗଳ କରିଛୁ ତୁ, ଗୋଲାପି ଗୋଲାପି,  ହରି ଓମ୍‌ ହରି,  କଲେଜ ଟାଇମ, ରଘୁପତି ରାଘବ ରାଜରାମ, ତୁ ଯେ ସେଇ, କଳକୀ, କଥା ଦେଲି ମଥା ଛୁଇଁ, ଦିୱାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ, ପ୍ରେମରେ ରଖିଛି ଶହେରୁ ଶହେ ଭଳି କେତେକ ସୁପରହିଟ ଫିଲ୍ମ। ‘ପ୍ରେମ ଅଢ଼େଇ ଅକ୍ଷର’ ତାଙ୍କର ପ୍ରଥମ ଫିଲ୍ମ ଥିଲା।

ଏହି ଫିଲ୍ମରେ ତାଙ୍କ ବିପକ୍ଷରେ  ଅଭିନେତା ବାବୁସାନ ନାୟକ ସାଜିଥିଲେ। ଏହାପରେ ଗୋଟିଏ ପରେ ପରେ ଗୋଟିଏ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ ରିୟା।

ଓଲିଉଡର ଖ୍ୟାତନାମା ଏହି ଚୁଲବୁଲି ନାୟିକାଙ୍କ ଡାକ ନାଁ ହେଲା ରିୟା। ତାଙ୍କ ଭଲ ନାଁ ହେଉଛି ସ୍ୱର୍ଣ୍ଣାଲି। ହେଲେ ଏହି ନାମରେ ତାଙ୍କୁ ଖୁବ୍‌ କମ୍‌ ଲୋକ ଜାଣନ୍ତି। ବାଲେଶ୍ୱର ମୋତିଗଞ୍ଜରେ ରିୟାଙ୍କର ଜନ୍ମ।

Comment