ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନବୀନ ନିଜକୁ ଫିଟ୍ ରଖିବା ପାଇଁ ୱାର୍କ ଆଉଟ କରୁଥିବା ଚିତ୍ର ଦେଖିବାକୁ ମିଳିଛି।

ନବୀନଙ୍କୁ ଓଡ଼ିଶାବାସୀ ସବୁବେଳେ ଧଳା କୁର୍ତ୍ତା ଏବଂ ପାଇଜାମାରେ ଦେଖି ଆସୁଥିଲେ। ହେଲେ ଏହି ଭିଡିଓରେ ନବୀନଙ୍କୁ ନୂଆ ଲୁକରେ ଦେଖିବାକୁ ମିଳିଛି। ନବୀନ କଳା ରଙ୍ଗର ଟି ସାର୍ଟ ସାଙ୍ଗକୁ କଳା ରଙ୍ଗର ଟ୍ରାଉଜର ଓ ସ୍ପୋର୍ଟସ୍ ସୁ ପିନ୍ଧି ବ୍ୟାୟାମ କରୁଥିବା ଭିଡିଓରୁ ଜଣାପଡ଼ିଛି।

ଲଣ୍ଣରେ ନବୀନ ଜଗିଂ କରିବା ସହ ସୂର୍ଯ୍ୟ ନମସ୍କାର କରୁଥିବା ଦେଖିବାକୁ ମିଳିଛି। ଏହାପରେ ଜିମରେ ନବୀନ ୱର୍କ ଆଉଟ ମଧ୍ୟ କରୁଛନ୍ତି। ନବୀନ ନିବାସ ଜିମରେ ନବୀନ ସାଇକ୍ଲିଂ କରିବା ସହ ବାର୍ ଏକ୍ସରସାଇଜ ଏବଂ ଡମ୍ବଲ ଉଠାଉଛନ୍ତି। ଏହାସହ ନବୀନଙ୍କୁ ଯୋଗାସନ ମୁଦ୍ରାରେ ଦେଖିବାକୁ ମିଳିଛି।

ୱାର୍କ ଆଉଟ ପରେ ନବୀନ କହୁଛନ୍ତି, ‘‘ଗେଟିଂ ରେଡି ଟୁ ଫାଇଟ ଫର ପିପୁଲ ଅଫ ଓଡ଼ିଶା’’।

ଭିଡିଓର ସତ୍ୟତା ଓ ସୂତ୍ରକୁ ନେଇ ପ୍ରଶ୍ନ

୧୯ ବର୍ଷ ଧରି ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି। କିନ୍ତୁ ଏମିତି ଫିଟନେସ୍ ଭିଡିଓ କେବେ ଆଗରୁ ଦେଖିବାକୁ ମିଳି ନଥିଲା। ଏବେ ନବୀନଙ୍କ ଫିଟନେସ୍ ଭିଡିଓ ଦେଖି ଲୋକେ ଚକିତ ହେଉଛନ୍ତି।

ନିର୍ବାଚନ ସମୟରେ ଏହି ଭିଡିଓ କିଏ ଏବଂ କାହିଁକି ସୋସିଆଲ ମିଡିଆରେ ପୋଷ୍ଟ କଲା ତାକୁ ନେଇ ତର୍ଜମା ଚାଲିଛି।

ଗତ କିଛି ବର୍ଷ ହେଲା ନବୀନଙ୍କ ଫିଟନେସକୁ ନେଇ ଚର୍ଚ୍ଚା ଚାଲିଥିଲା। ନବୀନ ଫିଟ୍ ନଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ଭିଡିଓ ନିର୍ବାଚନ ସମୟରେ କିଏ ଏବଂ କାହିଁକି ପୋଷ୍ଟ କଲା ତାକୁ ନେଇ ସୋସିଆଲ ମିଡିଆରେ ଝଡ଼ ଉଠିଛି।

ଏବେ ପ୍ରଶ୍ନ ଉଠୁଛି ନବୀନଙ୍କର ଏ ଭିଡିଓ କେଉଁ ସମୟର? ଯଦି ଏହା ପୂର୍ବର ଭିଡିଓ ତାହାଲେ ନିର୍ବାଚନୀ ସମୟରେ କାହିଁକି ସୋସିଆଲ ମିଡିଆରେ ଭାଇରାଲ ହେଲା? ଏହି ଭିଡିଓର ବାସ୍ତବତା କ’ଣ? ଏହା ଏକ ଫେକ୍ ଆନିମେଟେଡ ଭିଡିଓ କି? ଭୋଟ ବେଳେ ଏଭଳି ଭିଡିଓ କିଏ ପୋଷ୍ଟ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment