ଓଡ଼ିଶାଲାଇଭ୍‌ ବ୍ୟୁରୋUpasana Mohapatra

କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାସନିକ ପରୀକ୍ଷା ୨୦୧୮ରେ ଓଡିଆ ଝିଅ ଉପାସନା ମହାପାତ୍ର ୧୧୯ତମ ସ୍ଥାନ ହାସଲ କରିଛନ୍ତି। ଦେଶର ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ସେ ଓଡିଶା ପାଇଁ ଗୌରବ ଆଣିଛନ୍ତି।

ସଫଳତା ପାଇବା ପରେ ଉପାସନା ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇଛନ୍ତି। ଓଡିଶାଲାଇଭକୁ ଦେଇଥିବା ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ସେ ତାଙ୍କ ସଫଳତାର ଚାବିକାଠି କଠିନ ପରିଶ୍ରମ, ଧୈର୍ଯ୍ୟ ଏବଂ ଅଧ୍ୟବସାୟ ବୋଲି କହିଛନ୍ତି।

ସଫଳତାରେ ଶ୍ରେୟ ଭଗବାନଙ୍କୁ ଦେବା ସହ ଆଶୀର୍ବାଦ, ବାପା, ମା’, ଅଜା, ଆଈ, ଜେଜେ ବାପା, ଜେଜେ ମା’ଙ୍କୁ ଦେଇଛନ୍ତି। ଉପାସନା ହେଉଛନ୍ତି ବରିଷ୍ଠ ସାମ୍ବାଦିକ ଅଶୋକ ମହାପାତ୍ର ଏବଂ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ରଙ୍କ ଝିଅ।

କେମିତି ଥିଲା ଉପାସନାଙ୍କ ପ୍ରସ୍ତୁତି?

ଲୋୟଲା ସ୍କୁଲରୁ ନିଜ ସ୍କୁଲ ଶିକ୍ଷା ଶେଷ କରିଥିବା ଉପାସନା ଛୋଟ ବେଳରୁ ହିଁ ମେଧାବୀ ଥିଲେ। ଭୁବନେଶ୍ୱରସ୍ଥିତ ୟୁନିଟ୍-୮ ଡିଏଭିରୁ ଯୁକ୍ତ ଦୁଇ ପାସ୍ କରିବା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍‌ରେ ନାମ ଲେଖାଇଥିଲେ।

ସେଠାରୁ ପଦାର୍ଥ ବିଜ୍ଞାନରେ ୯୧.୩% ନମ୍ବର ରଖି ସ୍ନାତକ ଡିଗ୍ରୀ ହାସଲ କରିବା ସହ ସେ  କଲେଜରେ ଟପ୍ କରିଥିଲେ। କଲେଜର ପ୍ରଥମ ବର୍ଷରୁ ହିଁ ସେ ଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ।

ପ୍ରଥମ ଥରକେ ତାଙ୍କୁ ସଫଳତା ମିଳି ନଥିଲେ ମଧ୍ୟ ସେ ତାଙ୍କ ଚେଷ୍ଟା ଚଳାଇଥିଲେ। ଦ୍ୱତୀୟ ଥର ନିଜ ଦୁର୍ବଳତାକୁ ଜାଣି ପାରି କଠିନ ପରିଶ୍ରମ କରିଥିଲେ ଏବଂ ଶେଷରେ ଭାରତୀୟ ପ୍ରଶାସନିକ ସେବାରେ ସେ ୧୧୯ତମ ସ୍ଥାନରେ ରହିଛନ୍ତି।

Comment