ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଲ ବର୍ଷା ହେବା ପାଇଁ ଅଧିକାଂଶ ସ୍ଥାନରେ ଯଜ୍ଞର ଆୟୋଜନ କରାଯାଇଥାଏ। କୁହାଯାଏ ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କଲେ ଭଲ ବର୍ଷା ହୋଇଥାଏ। ହେଲେ ମଧ୍ୟପ୍ରଦେଶରରେ ରହିଛି ଏଭଳି ଏକ ପରମ୍ପରା, ଯେଉଁଠି ଅଧିକାଂଶ ଗାଁରେ ଲୋକେ ବର୍ଷା ହେବା ଲାଗି ଜୀବନ୍ତ ବ୍ୟକ୍ତିଙ୍କୁ କୋକେଇରେ ଲଦି ଶୋଭାଯାତ୍ରାରେ ନେଇଥାଆନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯେଉଁ ଗାଁରେ କମ୍ ବର୍ଷା ହୁଏ ଅବା ବର୍ଷା ହେବାକୁ ବିଳମ୍ବ ହୁଏ ସେହିସବୁ ଗାଁର ଲୋକେ ଏମିତି ଶୋଭାଯାତ୍ରା ବାହାର କରିଥାଆନ୍ତି। ମୃତ ବ୍ୟକ୍ତିଙ୍କ ଭଳି ଏକ କୋକେଇର ବ୍ୟବସ୍ଥା କରାଯାଏ। ଏହାକୁ ଫୁଲରେ ସଜାଇ ଜଣେ ଜୀବନ୍ତ ବ୍ୟକ୍ତିଙ୍କୁ ସେଥିରେ ଶୁଆଇ ଦିଆଯାଏ।

ମୃତ ବ୍ୟକ୍ତିଙ୍କ ଶୋଭାଯାତ୍ରା ଭଳି ଏଥିରେ ଗ୍ରାମବାସୀ ସାମିଲ ହୋଇ ଶୋଭାଯାତ୍ରାକୁ ଗାଁ ପରିକ୍ରମା କରାଇଥାଆନ୍ତି। ଜୀବନ୍ତ ବ୍ୟକ୍ତିଙ୍କ ଏହିଭଳି ଶୋଭାଯାତ୍ରା କଲେ ଇନ୍ଦ୍ରଦେବ ପ୍ରସନ୍ନ ହୋଇ ଗାଁରେ ଆବଶ୍ୟକ ପରିମାଣର ବୃଷ୍ଟିପାତ କରନ୍ତି ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି।

Comment