ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ଆଜିଠାରୁ ଖାତା ଦେଖା ଆରମ୍ଭ ହୋଇଛି। ଖାତାଦେଖା ଏପ୍ରିଲ ୧୮ ଯାଏଁ ଚାଲିବ।

ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା  ଏପ୍ରିଲ ୨୩ ତାରିଖରୁ ଆରମ୍ଭ ହୋଇ ମେ ୨ରେ ସରିବ। ଏଥର ୫୮ଟି କେନ୍ଦ୍ରରେ ଅଫଲାଇନ୍‌ ମୂଲ୍ୟାୟନ ଓ ୩୬ଟି କେନ୍ଦ୍ରରେ ଅନଲାଇନ୍‌ ମୂଲ୍ୟାୟନ ହେବ। ଏଥିପାଇଁ ସବୁ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି।

ଚଳିତ ବର୍ଷ ୩ଲକ୍ଷ ୬୯ହଜାର ୫୩୭ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ମାର୍ଚ୍ଚ ୩୦ରେ ଏହି ଯୁକ୍ତ ଦୁଇ ପରୀକ୍ଷା ଶେଷ ହୋଇଥିଲା।

Comment