ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁରରେ ମୋଟର ସାଇକେଲ୍‌ ଚୋରି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ପୋଲିସ୍‌ ଅଭିଯୁକ୍ତମାନଙ୍କଠାରୁ ମୋଟ ୧୪ଟି ମୋଟର ସାଇକେଲ୍‌ ଜବତ କରିଛି।

ସମ୍ବଲପୁରର ବିଭିନ୍ନ ଅଞ୍ଚଳରେ ବହୁ ସଂଖ୍ୟାରେ ମୋଟର ସାଇକେଲ୍‌ ଚୋରି ହୋଇଥିବା ଅଭିଯୋଗ ହୋଇ ଆସୁଥିଲା। ଅଇଁଠାପାଲ୍ଲୀ ପୋଲିସ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

ହେଲେ ମୋଟର ସାଇକେଲ୍‌ ଚୋରି ରାକେଟ୍‌ର କିଙ୍ଗପିନ୍‌ କୁହାଯାଉଥିବା ପୁରନ୍ଦର ଭୋଇ ମୋଟର ସାଇକେଲ୍‌ ଚୋରି କରିବା ସମୟରେ ହିଁ ଧରା ପଡ଼ିଥିଲେ।

ଏହାପରେ ପୋଲିସ୍‌ ଅଭିଯୁକ୍ତଙ୍କୁ ଜେରା କରିଥିଲା। ସେ ୧୪ଟି ମୋଟର ସାଇକେଲ୍ ଚୋରି କରିଥିବା ସ୍ୱୀକାର କରିଥିଲା। ପୋଲିସ୍ ଅଭିଯୁକ୍ତ ନିକଟରୁ ୧୪ଟି ମୋଟର ସାଇକେଲ୍‌ ଜବତ କରିଛି।

ମୋଟର ସାଇକେଲ୍‌ ଚୋରି କରିବା ଅଭିଯୋଗରେ ପୁରନ୍ଦର ଭୋଇକୁ ଗିରଫ କରାଯାଇଥିବା ବେଳେ ଚୋରା ମୋଟର ସାଇକେଲ କିଣିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସଦର ଏସ୍‌ଡିପିଓ ଭବାନୀଶଙ୍କର ଉଦ୍‌ଗାତା କହିଛନ୍ତି।

Comment