ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ତାଙ୍କ ବୟାନ ତାଙ୍କୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।

“ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଏଥର ବି ଲୋକସଭା ନିର୍ବାଚନରେ ବହୁମତ ହାସଲ କରେ ତା’ହେଲେ ଭାରତ ଓ ପାକିସ୍ତାନ ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ଭଲହେବ। ଦୁଇ ଦେଶ ଭିତରେ ଥିବା ସମ୍ପର୍କରେ ସୁଧାର ଆସିବ।”, ଏକ ଆନ୍ତର୍ଜାତିକ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିଲା ବେଳେ ଇମ୍ରାନ ଏହା କହିଛନ୍ତି।।

ବିଜେପି ଜିତିଲେ କାଶ୍ମୀର ସମସ୍ୟାର କୌଣସି ନା କୌଣସି ସାମଧାନ ହେବ ବୋଲି ସେ କହିଛନ୍ତି।

ବିଜେପି ଏଥର ତାଙ୍କ ଇସ୍ତାହାର ପତ୍ରରେ ଜମ୍ମୁ କଶ୍ମୀରକୁ  ଗୁରୁତ୍ୱ ଦେଇଛି। ପୁଣିଥରେ ଶାସନକୁ ଆସିଲେ ଜମ୍ମୁ କଶ୍ମୀରରୁ ଧାରା ୩୭୦,୩୫(ଏ) ହଟାଇବାକୁ ଉଦ୍ୟମ କରାଯିବ ବୋଲି ସେଥିରେ କୁହାଯାଇଛି। ଏହା ନିର୍ବାଚନୀ ନାରା ହୋଇଥାଇପାରେ ହେଲେ ଚିନ୍ତାର ବିଷୟ ବୋଲି ଇମ୍ରାନ ତାଙ୍କ ସାକ୍ଷାତକାରରେ କହିଛନ୍ତି।

ଖବର ମୁତାବକ, ଫେବ୍ରୁଆରି ୧୪ ପୁଲୱାମା ଆକ୍ରମଣ ପରେ ଭାରତ  ଓ ପାକିସ୍ତାନ ଭିତରେ ସମ୍ପର୍କ ତିକ୍ତ ରହିଛି। ସେହି ଘଟଣା ପରଠୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି।

ଇମ୍ରାନଙ୍କ ଏହି ବୟାନ ପଛରେ କ’ଣ କାରଣ ରହିଛି ସେନେଇ ଏବେ ଚର୍ଚ୍ଚା ଜୋର ହେଉଛି।

Comment