ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

କରଣ ଜୋହରଙ୍କ ଡ୍ରିମ ପ୍ରୋଜେକ୍ଟ ଫିଲ୍ମ ‘କଳଙ୍କ’ ଏପ୍ରିଲ ୧୭ରେ ରିଲିଜ ହେବାକୁ ପ୍ରସ୍ତୁତ। ପ୍ରଥମରୁ ହି ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ଧୁମ ମଚାଇ ସାରିଛି। ଏତିକି ହି ନୁହେଁ ଫିଲ୍ମଟିର ସବୁ ଗୀତ ଲୋକଙ୍କ ମନକୁ ଛୁଇଁ ସାରିଛି।

ଏହି ଫିଲ୍ମଟିର ଆଉ ଗୋଟେ ଗୀତ ମଙ୍ଗଳବାର ରିଲିଜ ହୋଇଛି। ଗୀତଟିକୁ ଶୁଣି ଦର୍ଶକ ନିଶ୍ଚିତ ଇମୋସନାଲ ହେଇଯିବେ। ମାଧୁରୀ ଦୀକ୍ଷିତଙ୍କୁ ଏଇ ଗୀତରେ ଡ୍ୟାନ୍ସ କରୁଥିବା ଦେଖି ତାଙ୍କ ଫ୍ୟାନମାନେ ନିହାତି ଖୁସି ହୋଇଯିବେ।

ଏହି ଗୀତରେ ଗେରୁଆ ରଙ୍ଗର ଲେହେଙ୍ଗାରେ ମାଧୁରୀ ବହୁତ ଗ୍ରେସଫୁଲ ଦେଖାଯାଉଛନ୍ତି। ଫିଲ୍ମଟିର ଗୀତକୁ ଟିମ୍‌ର ସମସ୍ତ ସଦସ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।  ଏହି ଗୀତର ମ୍ୟୁଜିକ ପ୍ରିତମ ଦେଇଥିବା ବେଳେ ଶ୍ରେୟା ଘୋଷାଲ କଣ୍ଠଦାନ କରିଛନ୍ତି।

ଏହି ଫିଲ୍ମରେ ଲମ୍ବା ସମୟ ପରେ ମାଧୁରୀ ଓ ସଂଜୟ ଦତ୍ତଙ୍କ ଯୋଡି ଦେଖିବାକୁ ମିଳିବ। ତା’ ସହ ମାଧୁରୀଙ୍କ ଡ୍ୟାନ୍ସ ଅନ୍ଦାଜକୁ ମଧ୍ୟ ଦର୍ଶକ ଲମ୍ବା ସମୟ ପରେ ଦେଖିବେ।

ମଲ୍ଟିଷ୍ଟାରର  ଏହି ଫିଲ୍ମରେ ମାଧୁରୀଙ୍କ ସମେତ ସଞ୍ଜୟ ଦତ୍ତ, ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା, ଆଲିୟା ଭଟ୍ଟ, ବରୁଣ ଧୱନ ଅଭିନୟ କରିଛନ୍ତି।

Comment