ଓଡ଼ିଶାଲାଇଭ ବ୍ୟୁରୋ

ରାତି ପାହିଲେ ସାଧାରଣ ନିର୍ବାଚନର ପ୍ରଥମ ପଯ୍ୟାୟ ମତଦାନ। ସକାଳ ପାଇଲେ ହେବାକୁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପାଟଦରା ଅଞ୍ଚଳରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି।

ମାଓପ୍ରବଣ ଅଞ୍ଚଳ ହୋଇଥବାରୁ ଏଠାରେ ଗତ ୮ ତାରିଖରୁ ଏସଓଜି, ସିଆରପିଏଫ ଓ ଡିଭିଏଫ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଜାରି ରହିଛି।

ଏହି ମଧ୍ୟରେ ମଙ୍ଗଳବାର ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିର କଡ଼ା ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ଫଳରେ ମାଓବାଦୀମାନେ କ୍ୟାମ୍ପ ଛାଡି ପଳାୟନ କରିଥିବା ଜଣାପଡିଛି।

ଅପରପକ୍ଷେ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ଏସପି ସ୍ମିତ ପି ପରମାର ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।

ଏଠାରେ ଆସନ୍ତା କାଲି ମତଦାନ ହେଉଥିବାରୁ ଜିଲ୍ଲାର ୬୮ ଗୋଟି ସମ୍ବେଦନଶୀଳ ବୁଥରେ କଡା ସୁରକ୍ଷା ବ୍ୟବସ୍ତା କରିଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ଡ. ପୋମା ଟୁଡୁ କହିଛନ୍ତି।

Comment