ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ସୋସିଆଲ ମିଡିଆରେ ଛାଇ ହୋଇ ରହିଛନ୍ତି। ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରି ଧୋନି ଏବେ ବେଶ୍ ଚର୍ଚ୍ଚାରେ। ତେବେ ଆଉ ଏକ କାରଣ ପାଇଁ ଧୋନି ଚର୍ଚ୍ଚାର ଘେରକୁ ଆସିଛନ୍ତି। ମହେନ୍ଦ୍ର ସିଂହ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀ ଧୋନି ତଳେ ଶୋଇଥିବା ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

After getting used to IPL timing this is what happens if u have a morning flight

A post shared by M S Dhoni (@mahi7781) on

ଏହି ଫୋଟୋକୁ ଧୋନି ନିଜର ଇନଷ୍ଟାଗ୍ରାମ ଏବଂ ଟୁଇଟରରେ ପୋଷ୍ଟ କରିଛନ୍ତି। ଭାଇରାଲ ହୋଇଥିବା ଏହି ଫଟୋଟି ଚେନ୍ନାଇ ଏୟାରପୋର୍ଟରେ ଉଠାଯାଇଥିଲା। ଏହି ଫଟୋରେ ମହେନ୍ଦ୍ର ସିଂହ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀ ତଳେ ଶୋଇଥିବା ଦେଖିବାକୁ ମିଳିଛି।

ଆସନ୍ତାକାଲି ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯିବ। ଏହାକୁ ଦୃଷ୍ଟିରେ ରଖି ଆଜି ଧୋନି ଚେନ୍ନାଇରେ ପହଞ୍ଚିଛନ୍ତି। ତେବେ ବଡ଼ି ଭୋର୍‌ରୁ ଚେନ୍ନାଇ ଏୟାରପୋର୍ଟରେ ଧୋନି ପାୱାର ନ୍ୟାପ୍‌ ନେଇଛନ୍ତି। ଏହି ସମୟରେ ଧୋନି ଜଣେ ଏହି ଫଟୋକୁ ଉତ୍ତୋଳନ କରିଛନ୍ତି। ଯାହାକୁ ନିଜେ ଧୋନି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Comment