ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନ ଲଢ଼ୁଥିବା ଜଣେ ମହିଳା ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। କେନ୍ଦୁଝର ଟାଉନ୍‌ ଥାନା ପୋଲିସ୍‌ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିଷ୍ଣୁଦତ୍ତ ବାରିକ ଏବଂ ଜୟଦେବ ଗିରି। ସେମାନଙ୍କ ନିକଟରୁ ପୋଲିସ୍‌ ମୋବାଇଲ୍‌ ମଧ୍ୟ ଜବତ କରିଛି।

୨୦୧୯ ନିର୍ବାଚନ ଲଢ଼ୁଥିବା ଜଣେ ମହିଳା ପ୍ରାର୍ଥୀଙ୍କର କିଛି ଦିନ ହେବ ଏକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଏହାପରେ ପ୍ରାର୍ଥୀଙ୍କ ମାମୁ ଥାନାରେ ଏତଲା ଦାୟର କରିଥିଲେ। ପୋଲିସ୍‌ ମାମଲାକୁ ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଯେଉଁ ୨ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି ସେମାନେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାମ କରୁଥିବା ଚର୍ଚ୍ଚା ହେଉଛି। ତେଣୁ ଏହି ସମ୍ପୂର୍ଣ୍ଣ ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣଦିତ୍ତ ହୋଇଥାଏ ପାରେ। ଯାହା ପୋଲିସ୍‌ର ତଦନ୍ତ ପରେ ସ୍ପଷ୍ଟ ହେବ।

ଅନ୍ୟପଟେ ଯେଉଁ ପ୍ରାର୍ଥୀଙ୍କର ଭିଡିଓଟି ଭାଇରାଲ ହୋଇଥିଲା ତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Comment