ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରିଆଲିଟି ସୋ ବିଗ୍‌ ବସ୍‌ ୧୨ ଜିତିବା ପରେ ସିରିଏଲ ଅଭିନେତ୍ରୀ ଦୀପିକା କକ୍କଡ କିଛି ଦିନର ବ୍ୟବଧାନ ପରେ ପୁଣି ସିରିଏଲକୁ ଆସିବାକୁ ଯାଉଛନ୍ତି। ସେ ଷ୍ଟାର ପ୍ଲସର ଏକ ସିରିଏଲରେ ନଜର ଆସିବେ।

ଏହି ସୋ’ର ନାମ ରହିଛି ‘ପାନି ପୁରୀ’। ଏହି ସିରିଏଲରେ ଦୀପିକାଙ୍କ ନାୟିକା ସାଜିବେ ବୋହୂ ହମାରୀ ରଜନୀକାନ୍ତ ଫେମ୍‌ ଆକ୍ଟର କରଣ ଭି ଗ୍ରୋଭର।

ଏହି ସିରିଏଲ ଏକ ପ୍ରେମ କାହାଣୀକୁ ନେଇ ଗତିଶୀଳ ହେବ। ଏଥିରେ ଦୀପିକାଙ୍କ ଭୂମିକା ସମ୍ପୂର୍ଣ୍ଣ ନିଆରା ହେବ ବୋଲି ଶୁଣିବାକୁ ମିଳୁଛି। ଦୀପିକା ‘ଶଶୁରାଲ ସିମର୍‌କା’ ରେ ଜଣେ ପାରମ୍ପରିକ ବୋହୂ ଭୂମିକାରେ ଅଭିନୟ କରିଥିଲେ। ଏହି ସିରିଏଲରୁ ତାଙ୍କୁ ବେଶ୍‌ ଲୋକପ୍ରିୟତା ମିଳିଥିଲା।

ଅଭିନେତ୍ରୀ ତନାଜ ଇରାନୀଙ୍କର ଏହି ସୋ’ରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ। ଏମାନଙ୍କ ବ୍ୟତୀତ ସିରିଏଲରେ ଆହୁରି ଲୋକପ୍ରିୟ କଳାକାର ନଜର ଆସିବେ।

Comment