ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଷ୍ଟେଟ ବ୍ୟାଙ୍କ ମଙ୍ଗଳବାର ଋଣ ସୁଧହାରରେ ୫ବେସିସ ପଏଣ୍ଟ ହ୍ରାସ କରିଛି। ଏହି ନୂଆ ସୁଧହାର ଚଳିତ ମାସ ୧୦ତାରିଖ ଅର୍ଥାତ ଆଜିଠାରୁ କାର୍ଯ୍ୟକାରୀ ହେବ।

ଋଣ ସୁଧହାର କମିବା ପରେ ଆଗାମୀ ଦିନରେ ବଜାରରେ ଗୃହ ଋଣ ଶସ୍ତା ହେବ। ଯାହା ନିଶ୍ଚିତ ଭାବେ ଘରପାଇଁ ଋଣଆଣିଥିବା ଅବା ଆଣିବାକୁଥିବା ଗ୍ରାହକଙ୍କ ଲାଗି ଖୁସି ଖବର।

ନିକଟରେ ଆରବିଆଇ ରେପୋ ରେଟ ୨୫ବେସିସ୍‌ ପଏଣ୍ଟ ହ୍ରାସ କରିଥିଲା। ଯାହାର କିଛିଦିନ ମଧ୍ୟରେ ଏସବିଆଇ ମଧ୍ୟ ସୁଧହାରରେ ହ୍ରାସ ଘଟାଇଛି।

ଏବେ ଯଦି କେହି ୩୦ଲକ୍ଷ ଟଙ୍କା ଯାଏ ଗୃହଋଣ ନିଅନ୍ତି ତେବେ ସୁଧହାରରେ ୧୦ବେସିସ୍‌ ପଏଣ୍ଟ ହ୍ରାସ ଘଟିବ। ସେହିପରି ଗୃହଋଣ କ୍ଷେତ୍ରରେ ବାର୍ଷିକ ଋଣ ସୁଧହାର ୮.୬୦ପ୍ରତିଶତରୁ ୮.୯୦ପ୍ରତିଶତ ମଧ୍ୟରେ ରହିବ।

Comment