ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ସକାଳ ୭ଟାରୁ ୪ଲୋକସଭା ଆସନ ସହ ୨୮ ବିଧାନସଭା ଆସନ ଲାଗି ଚାଲିଛି ମତଦାନ। କିଛି ସ୍ଥାନରେ ଇଭିଏମ୍‌ ତ୍ରୁଟି ଯୋଗୁଁ ମତଦାନ ସାମାନ୍ୟ ବିଳମ୍ବରେ ଚାଲିଛି।

ଜୟପୁରରେ ମଧ୍ୟ କିଛି ବୁଥରେ ଇଭିଏମ୍‌ ସମସ୍ୟା ଦେଖାଦେଇଥିଲା। ଯେଉଁଥି ପାଇଁ ଜୟପୁରରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତିଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା ନିଜର ମତାଧିକାର ସାବ୍ୟସ୍ତ କରିବା ଲାଗି।

କିଛିସମୟ ଅପେକ୍ଷା କରିବା ପରେ ଇଭିଏମ୍‌ ମେସିନ୍‌ ସଜଡ଼ା ଯାଇଥିଲା। ଯାହାପରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି ଭୋଟ ଦେଇଥିଲେ।

୨୦୧୪ରେ ଜୟପୁରରୁ ନିର୍ବାଚନ ଲଢ଼ି ଜିତିଥିଲେ ତାରା। ବିଜେଡିର ପ୍ରାର୍ଥୀ ଅଛନ୍ତି ରବିନାରାୟଣ ନନ୍ଦ, ବିଜେପିର ପ୍ରାର୍ଥୀ ଅଛନ୍ତି ଗୌତମ ସାମନ୍ତରାୟ। ଏଥର ଜୟପୁର ଆସନ କେଉଁ ଦଳ ପାଖକୁ ଯାଉଛି ତାହା ମେ ୨୩ରେ ସ୍ପଷ୍ଟ ହେବ।

Comment