ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି। ଭୋଟ ଗ୍ରହଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପାଇଁ ଓଡ଼ିଶାଲାଇଭ୍ ସହ ଯୋଡ଼ି ହୋଇ ରହନ୍ତୁ।

  • ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ୯ଟି ବୁଥରେ ଆଜି ଭୋଟିଂ ହୋଇନି। ପୋଲିଂ ପାର୍ଟି ସକାଳୁ ଭୋଟରଙ୍କୁ ଅପେକ୍ଷା କରି ରହିଥିଲେ ମଧ୍ୟ କୌଣସି ଭୋଟର ଭୋଟ ଦେବାକୁ ଆସି ନଥିଲେ।

  • ଓଡ଼ିଶାରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ଚାଲିଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

  • ପ୍ରଥମ ପର୍ଯ୍ୟାୟ ମତଦାନରେ ଅପରାହଣ ସାଢ଼େ ୩ଟା ସୁଦ୍ଧା ଓଡ଼ିଶାରେ ୫୭% ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

  • ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୪୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

  • ଦିନ ୧୧ଟା ସୁଦ୍ଧା ବ୍ରହ୍ମପୁରରେ ୨୫%, ନବରଙ୍ଗପୁରରେ ୨୧%, କୋରାପୁଟ ଓ କନ୍ଧମାଳରେ ୨୩% ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

  • ମାଲକାନଗିରିରେ ମତଦାନ ବୁଥ୍‌ ଦୂରରେ ଥିବାରୁ ଭୋଟ୍‌ ଦେବାକୁ ଗଲେନି ଗ୍ରାମବାସୀ।

  • ଆଜି ଦିନ ୧୧ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ ଦେଇଥିବା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

  • ନବରଙ୍ଗପୁର ଜିଲ୍ଲା ନନ୍ଦ।ହାଣ୍ଡି ବ୍ଲକର ପକନାଗୁଡ଼ା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ୩ଥର ବିଡ଼ିଓ ବୁଝାଇବା ପରେ ବି ଭୋଟ ଦେବାକୁ ରାଜି ହେଉନାହାନ୍ତି ଭୋଟର।

  • କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଅନ୍ତର୍ଗତ ଭେଜିପଦର ଗାଁରେ ଭୋଟ୍‌ ବର୍ଜନ କଲେ ଗ୍ରାମବାସୀ।

  • ଜୟପୁର ମତଦାନ କେନ୍ଦ୍ରରେ ଭୋଟ୍‌ ଦେଲେ କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି।

  • କଳହାଣ୍ଡି ଲୋକସଭା ଆସନ ଲାଗି ବିଜେପିର ପ୍ରାର୍ଥୀ ଥିବା ବସନ୍ତ ପଣ୍ଡା ନିଜ ମତ ସାବ୍ୟସ୍ତ କରିଛନ୍ତି।

  • ନବରଙ୍ଗପୁରରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଗ୍ରୀଷ୍ମପ୍ରବାହ ଯୋଗୁଁ ନବରଙ୍ଗପୁରର ବିଭିନ୍ନ ଭୋଟ କେନ୍ଦ୍ରରେ ସକାଳୁ ସକାଳୁ ମତଦାତାମାନେ ଧାଡ଼ି ବାନ୍ଧି ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଛି।

  • ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି – ଜୁନାଗଡ଼ର କୁହୁରା ଓ କଣ୍ଟାମାଳ ବୁଥ୍‌ରେ ଭିଭିପାଟ ଅଚଳ ହୋଇପଡ଼ିଥିଲା। ମତଦାନ ପାଇଁ ଭୋଟରମାନେ ଧାଡ଼ିରେ ଠିଆ ହୋଇ ରହିଥିଲେ। ଅଚଳ ଉଭିଏମ୍‌ ସଜଡ଼ାରେ ବିଳମ୍ବ ଯୋଗୁଁ ଫେରିଗଲେ ଭୋଟର୍‌।

  • ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୭୨୩୩ ବୁଥରେ ନିର୍ବାଚନ ହେଉଛି। ପାଖାପାଖି ୬୦ ଲକ୍ଷ ୩ ହଜାର ୭୦୭ ଜଣ ଭୋଟର ପ୍ରଥମ ପର୍ଯ୍ୟାୟ ଲାଗି ନିଜର ମତଦାନ ସାବ୍ୟସ୍ତ କରିବେ। 

Comment