ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍‌ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ ହାଇଭୋଲ୍ଟେଜ୍‌ ମ୍ୟାଚ୍‌। ରାତି ୮ଟାରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

ଚଳିତ ସିଜନରେ ଆଜିଙ୍କ୍ୟ ରାହାଣେଙ୍କ ରାଜସ୍ଥାନ ଟିମ୍‌ ୫ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଅନ୍ୟ ପକ୍ଷରେ ଧୋନି ବାହିନୀ ୬ଟି ମ୍ୟାଚ୍‌ ଖେଳି ସର୍ବାଧିକ ୫ଟି ମ୍ୟାଚ୍‌ ଜିତିଛି।

ତେବେ ଆଜିର ମ୍ୟାଚ୍‌ରେ ରାଜସ୍ଥାନ ଟିମ୍‌ ପ୍ରଥମ ବିଜୟ ଆଶାରେ ମ୍ୟାଚ୍‌ ଖେଳିବ। ସେହିପରି ଚେନ୍ନାଇ ସୁପରକିଙ୍ଗ୍ସ ବିଜୟର ଧାରା ବଜାୟ ରଖି ମ୍ୟାଚ୍‌ ଜିତିବାକୁ ଖେଳିବ।

Comment