ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଭବନ ପରିସରରେ ଥିବା ଷ୍ଟାଫ କ୍ୱାର୍ଟର୍ସରେ ଦିଲ୍ଲୀର ଜଣେ ଏମଏସସି ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ଅଭିଯୋଗରୁ ଜଣାପଡ଼ିଛି ଯେ ରାଷ୍ଟ୍ରପତି ଭବନର କର୍ମଚାରୀ ନିଶାନ୍ତ ଯାଦବ ସଂପୃକ୍ତ ଏମଏସସି ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ କ୍ୱାର୍ଟର୍ସକୁ ଡାକିଥିଲେ। ସେଠାରେ ନିଶାନ୍ତ ସଂପୃକ୍ତ ଛାତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ନିଶାନ୍ତ ଫେରାର ହୋଇଯାଇଥିବା ସଂପୃକ୍ତ ଛାତ୍ରୀ ଜଣକ ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ସତ୍ୟାସତ୍ୟ ତର୍ଜମା କରୁଛି।

Comment