ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଆଁ ଲାଗି ଗୋଟିଏ ଗାଁର ୧୨୦ ବଖରା ଜଳି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ଘଟିଛି ଅନୁଗୁଳ ଜିଲ୍ଲା ଅଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅମ୍ବାସରାମୁଣ୍ଡା ଗାଁରେ। ଶୁକବାର ମଧ୍ୟାନ୍ନରେ ଗାଁରେ ନିଆଁ ଲାଗି ପାଖାପାଖି ୫୦ଟି ପରିବାରର ୧୨୦ ବଖରା ଜଳି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗାଁର ଛବି ପ୍ରଧାନ ନାମକ ଜଣେ ଲୋକଙ୍କ ଘରେ ଗ୍ୟାସ୍‌ ସିଲିଣ୍ଡର ଫାଟି ନିଆଁ ଏାଗିଯାଇଥିଲା। ନିଆଁର ପ୍ରକୋପ ଏତେ ବଢ଼ିଗଲା ଯେ, ଚାହୁଁଚାହୁଁ ଅଧା ଗାଁକୁ ଜାଳି ପୋଡ଼ି ଛାରଖାର କରିଦେଲା। ଅଗ୍ନିକାଣ୍ଡର ଖବର ପାଇ ଆଠମଲ୍ଲିକ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ କୌଣସ ମୃତାହତ ହୋଇନାହାନ୍ତି। ଜିଲ୍ଳା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି।

Comment