ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦନେଶ୍ୱର ପୀଠରେ ଆରମ୍ଭ ହୋଇଥିବା ଚଡ଼କ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୀଳପର୍ବରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଚୈତ୍ରମାସରେ ଏହି ପର୍ବ ପାଳନ ହୋଇଥାଏ।

ଏପ୍ରିଲ ୧ ରୁ ଆରମ୍ଭ ହୋଇଥିବା ଏହି ପର୍ବ ୧୩ ତାରିଖରେ ଶେଷ ହେବ। ଏହିଯାତ୍ରାରେ ଶିବ ପାର୍ବତୀଙ୍କୁ ବିରାଟ ପଟୁଆରରେ ମନ୍ଦିରକୁ ଅଣାଯାଇ ବିବାହ କାର୍ଯ୍ୟ ସମାପନ କରାଯାଇଥାଏ। ଏହି ପର୍ବକୁ ଦେଖିବା ଲାଗି ବାଲେଶ୍ୱର ସହ କୋତକାଲା ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି।

ଏହି ମେଳାରେ ଭକ୍ତଙ୍କ ଗହଳି ଅଧିକ ହେଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପାଖାପାଖି ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଜିଲ୍ଲାର ଜିଲ୍ଲାପାଳ, ଭୋଗରାଇ ଏସପି, ତହସିଲଦାରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ଅଛନ୍ତି।

Comment