ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। କିଛି ସ୍ଥାନରେ ବଜ୍ରପାତର ସୂଚନା ମଧ୍ୟ ଆସିଥିଲା।

ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ରୁ୪ଦିନ ଯାଏଁ ଏପରି ସ୍ଥିତି ଲାଗି ରହିବ। ଏହା ସହିତ କିଛି ସ୍ଥାନରେ ଦିନରେ ତାପମାତ୍ରା ବୃଦ୍ଧି ହେବାର ଆଶଙ୍କା ରହିଛି।

ଗୁରୁବାର ବର୍ଷା ହୋଇଥିଲା ସୁଦ୍ଧା ଦିନରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ଏପରିକି କିଛି ସହରର ତାପମାତ୍ରା ୨ରୁ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ୬ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।

ଆଗାମୀ ୩ରୁ୪ଦିନ ବିଶେଷକରି ଉତ୍ତର ଓ ଉପକୂଳ  ଓଡ଼ିଶାରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି।

Comment