ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ୪ଟି ଲୋକସଭା ୨୮ଟି ବିଧାନସଭା ଲାଗି ସରିଛି। ଏହାପରେ ୩ ପ୍ରମୁଖ ଦଳଙ୍କ ଫୋକସରେ ବାକି ଆସନ। ସେଥିଲାଗି ସବୁଠି ପ୍ରଚାର ଜୋର।  ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

ଅମିତ ଶାହ କେନ୍ଦୁଝର ଜିଲ୍ଲା ଗସ୍ତ କରିବେ। କେନ୍ଦୁଝର ମେଡିକାଲ କଲେଜ ପଡ଼ିଆରେ ଆୟୋଜିତ ସଭାରେ ଶାହ ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ଏହାପୂର୍ବରୁ ଶାହ ଏପ୍ରିଲ ୭ରେ ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ପୋଲସରା, ବରଗଡ଼ରେ ନିର୍ବାଚନୀ ପ୍ରଚାର କରିଥିଲେ। ଏପ୍ରିଲ ୯ରେ ପୁରୀ ଆସିଥିଲେ ଓଡ଼ିଶା। ରାଷ୍ଟୀୟ ଅଧ୍ୟକ୍ଷଙ୍କ ଓଡ଼ିଶାଗସ୍ତକୁ ନେଇ ବିଜେପି କର୍ମୀ ଉତ୍ସାହିତ ଅଛନ୍ତି।

Comment