ଓଡ଼ିଶାଲାଇଭ୍‌ ବ୍ୟୁରୋ

କାରରୁ ଜବତ ହେଲା ୧୮ ଲକ୍ଷ ୭୦ ହଜାର ଟଙ୍କା। ଶୁକ୍ରବାର ରାତିରେ ପୁରୀ ଜିଲ୍ଲା ନିମାପଡ଼ା-କାକଟପୁର ରାସ୍ତାର ପାଣିଛତ୍ର ନିକଟରୁ ଏକ କାର୍‌ରୁ ଏହି ଟଙ୍କା ଜବତ କରାଯାଇଛି।

ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍‌ ଟିମ୍‌ ଏହି ଟଙ୍କା ଜବତ କରିଛି। ଏହି କାର୍‌ଟି ଜଣେ ସରପଞ୍ଚଙ୍କ ଥିବା ନେଇ ଜଣାପଡ଼ିଛି।

ଶୁକ୍ରବାର ବିଳମ୍ବିତ ରାତିରେ ସରପଞ୍ଚ କାର୍‌ ଯୋଗେ ଯାଉଥିବା ବେଳେ ପାଣିଛତ୍ର ନିକଟରେ ଫ୍ଲାଇଂ ସ୍କ୍ୱାଡ୍‌ ତାଙ୍କୁ ଅଟକାଇ ଥିଲା। ଫ୍ଲାଇଂ ସ୍କ୍ୱାଡ୍‌ ଟିମ୍‌ ଯାଞ୍ଚ କରିବା ବେଳେ କାର୍‌ରୁ ୧୮ ଲକ୍ଷ ୭୦ ହଜାର ଟଙ୍କା ଟଙ୍କା ଜବତ କରାଯାଇଥିଲା।

Comment