ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ଶ୍ରେଷ୍ଠ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସି ୨୦୧୮ ବର୍ଷରେ କେତେ ଟଙ୍କା ନେଇଛନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ପ୍ରକୃତରେ ସେ ଗୋଟିଏ ବର୍ଷରେ ମାତ୍ର ୧.୪୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୯୭ ଟଙ୍କା ଦରମା ନେଇଛନ୍ତି। ଖାଲି ସେତିକି ନୁହେଁ ୨୦୧୫ ବର୍ଷରେ ସିଇଓ ହେବା ପରେ ପ୍ରଥମ ଥର ପାଇଁ ଦରମା ନେଇଛନ୍ତି। ଅର୍ଥାତ ଏହା ପୂର୍ବରୁ ସେ କୌଣସି ଦରମା ନେଇ ନାହାନ୍ତି।

ୟୁଏସ୍ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ କମିଶନ (ଏସଇସି)କୁ କମ୍ପାନି କହିବା ଅନୁସାରେ ଟ୍ୱିଟର ସିଇଓ ୨୦୧୮ ବର୍ଷରେ ଦରମା ବାବଦରେ ମାତ୍ର ୯୭ ଟଙ୍କା ନେଇଛନ୍ତି। ଡୋର୍ସି ଟ୍ୱିଟରର ସହ-ସଂସ୍ଥାପକ ଅଟନ୍ତି। କମ୍ପାନି ଆରମ୍ଭ ସମୟରେ ଦୁଇ ବର୍ଷ ପାଇଁ ସିଇଓ ଥିଲେ, କିନ୍ତୁ ୨୦୦୮ରେ ସେ ପଦ ଛାଡ଼ି ଦେଇଥିଲେ। ପୁଣି ୨୦୧୫, ୨୦୧୬ ଏବଂ ୨୦୧୭ରେ କମ୍ପାନି ପକ୍ଷରୁ କୌଣସି ଦରମା ଗ୍ରହଣ କରିନାହାନ୍ତି। ଏହାଛଡ଼ା ସେ ମୋବାଇଲ ପେମେଣ୍ଟ କମ୍ପାନି ‘ସ୍କ୍ୱାୟର’ ରୁ ମଧ୍ୟ ବାର୍ଷିକ ୨.୭୫ ଡଲାର ଦରମା ବାବଦରେ ପାଉଥିଲେ। ୨୦୧୮ ଡିସେମ୍ବରରେ ଡୋର୍ସି  ‘ସ୍କ୍ୱାୟର’ର ୧୭ ଲକ୍ଷ ସେୟାରକୁ ବିକ୍ରି କରିଦେଇଥିଲେ। ଏହାଦ୍ୱାରା ସେ ପାଖାପାଖି ୮ କୋଟି ଡଲାର ଆୟ କରିଥିଲେ।

ଡୋର୍ସି ପ୍ରଥମ ବ୍ୟକ୍ତି ନୁହଁନ୍ତି ଯିଏ କି ୧ ଡଲାର ପାଖାପାଖି ଦରମା ନେଉଛନ୍ତି। ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ, ଗୁଗଲର ଲେରି ପେଞ୍ଜ ଏବଂ ସର୍ଜ ବ୍ରିନ ମଧ୍ୟ ୧ ଡଲାର ଦରମା ନେବା ତାଲିକାରେ ସାମିଲ ଅଛନ୍ତି। ୨୦୧୨ରେ ମାର୍କ ଜୁକରବର୍ଗ ବାର୍ଷିକ ଦରମା ଏବଂ ବୋନସ ରୂପେ ୭.୭୦ ଲକ୍ଷ ଡଲାର ପାଇଥିଲେ। ଏପର୍ଯ୍ୟନ୍ତ ସବୁଠାରୁ କମ୍ ବେତନ ନେବାରେ ଫେସବୁକ କର୍ମଚାରୀ ଅଟନ୍ତି ଜୁକରବର୍ଗ।

Comment