ଓଡ଼ିଶାଲଇଭ୍ ବ୍ୟୁରୋ

ଆପ୍ ମାଧ୍ୟମରେ ଅଳ୍ପ ସମୟ ପାଇଁ ମନୋରଞ୍ଜନର ସୁବିଧା ଦେଉଥିବା ଟିକଟକ୍ ପାଖାପାଖି ୬୦ଲକ୍ଷରୁ ଅଧିକ ଭିଡ଼ିଓକୁ ଡିଲିଟ୍ କରିଛି। କମ୍ପାନି ତରଫରୁ କୁହାଯାଇଛି କି ଗତ ବର୍ଷ ଜୁଲାଇ ଏବେ ଯାଏଁ ଯେତେ ଭିଡ଼ିଓ ନିୟମର ଉଲଘଂନ କରିଛନ୍ତି ଅପଲୋଡ କରାଯାଇଥିଲା ତାହାକୁ ଡିଲିଟ୍ କରାଯାଇଛି।

ଏହାସହିତ କମ୍ପାନି ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ,“ୟୁଜର୍ସଙ୍କୁ ସୁରକ୍ଷିତ ଓ ସହଜ କରିବା ଲାଗି ହେଉଥିବା ପ୍ରୟାସ ମଧ୍ୟରୁ ଏହା ଗୋଟିଏ।”

ତେବେ ଟିକଟକ୍ ୧୩ ବର୍ଷରୁ ଅଧିକ ବୟସ ପିଲା କରିପାରିବେ। ଏହାପାଇଁ କମ୍ପାନି ତରଫରୁ ଆପରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟିକଟକ ଆପ ଦେଶରେ ଅନେକ ଲୋକପ୍ରିୟତା ହାସଲ କରିଛି। ବିଶେଷକରି ଯୁବପିଢୀଙ୍କ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛି।

Comment