ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫ୍ଲାଇଂ ସ୍କ୍ୱାଡ୍‌ ହାତରେ ଧରାପଡ଼ିଲା ୧୪ ଲକ୍ଷ ଟଙ୍କା ବୋଝେଇ ଏକ ବୋଲେରୋ। ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ରେଙ୍ଗାଲି ବନ୍ଧ ନିକଟରୁ ଏକ ବୋଲେରୋରୁ ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି।

ଏକ ଟ୍ରାନ୍ସପୋର୍ଟ କମ୍ପାନି ପକ୍ଷରୁ ଏହି ଟଙ୍କା ନିଆ ଯାଉଥିବା ଜଣାପଡ଼ିଥିବା ବେଳେ ପୋଲିସ୍‌ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ନିର୍ବାଚନୀ ଫ୍ଲାଇଂ ସ୍କ୍ୱାଡର ଯାଞ୍ଚ ହେଉଥିବା ଦେଖି ବୋଲେରୋଟି ମୁଖ୍ୟ ରାସ୍ତାରେ ନଯାଇ ଏକ ଅଧା ତିଆରି ବନ୍ଧ ରାସ୍ତା ଦେଇ ଯାଉଥିଲା। ଏହି ସମୟରେ ଫ୍ଲାଇଂ ସ୍କ୍ୱାଡ୍ ଟିମ୍‌ ଓ କାଳିଆପାଣି ପୋଲିସ୍‌ ଏହି ଟଙ୍କା ଜବତ କରିଛି।

LEAVE A REPLY

Please enter your comment!
Please enter your name here