ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ ମାଧ୍ୟମରେ ଲେଖିଛନ୍ତି, “ମହା ବିଷୁବ ସଂଙ୍କ୍ରାନ୍ତି ଓ ଓଡ଼ିଆ ନବବର୍ଷରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ବର୍ଷଟି ଆପଣମାନଙ୍କ ଲାଗି ସୁଖ ସମୃଦ୍ଧିର ବର୍ଷ ହେଉ। ”

ସେହିପରି ଓଡ଼ିଆ ନବବର୍ଷ ଲାଗି ଶ୍ରାକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅନେକେ ବର୍ଷର ପ୍ରଥମ ଦିନ ଜଗନ୍ନାଥଙ୍କ ଆର୍ଶିବାଦ ନେଇ ଆରମ୍ଭ କରୁଛନ୍ତି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ଓ ଜିଲ୍ଲା ପ୍ରଶାସନ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି।

Comment