ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବଲିଉଡର ଡ୍ରିମ ଗର୍ଲ ଓ ମଥୁରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେମା ମାଳିନୀ ପୁଣିଥରେ ଚର୍ଚ୍ଚାରେ। ମାତ୍ର ଏଥର ଚର୍ଚ୍ଚାର ପ୍ରସଙ୍ଗ ଟିକେ ଅଲଗା।

ହେମାଙ୍କୁ ଜିତାଇବା ତଥା ପତ୍ନୀଙ୍କ ଲାଗି ପ୍ରଚାର କରିବାକୁ ମଥରୁରା ପହଞ୍ଚିଛନ୍ତି ସ୍ୱାମୀ ଧର୍ମେନ୍ଦ୍ର। ସେଠାରେ ସେ ହେମାଙ୍କ ଲାଗି ପ୍ରଚାର କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ହେମାଙ୍କ ପ୍ରତିଟି ପଦକ୍ଷେପରେ ମୁଁ ତାଙ୍କ ସହିତ ଅଛି।

ଏହା ସହିତ ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି କି ଟକ୍କର ସବୁବେଳେ ଜୋରଦାର ହୋଇଥାଏ। ସୂଚନାନୁସାରେ ମଥୁରାରେ କିଛିଦିନ ଲାଗି ଧର୍ମେନ୍ଦ୍ର ପ୍ରଚାର କରିବେ ଏବଂ ବିଭିନ୍ନ ରାଲିରେ ଯୋଗ ଦେବେ।

ପ୍ରାର୍ଥୀ ଘୋଷଣା ପରେ ହେମା ମଥୁରାରେ ନିଜର ନିର୍ବାଚନ ପ୍ରଚାରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗୋବର୍ଦ୍ଧନ ପୀଠରେ ହେମା କ୍ଷେତରେ ଧାନ କାଟିଥିଲେ। ଏହାପରେ ସେ ପ୍ରଚାର ସମୟରେ ଟ୍ରାକ୍ଟର ଚଳାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ମଥୁରାରେ କାହ କାହା ମଧ୍ୟରେ ଟକ୍କର

ମଥୁରା ଲୋକସଭା ଆସନ ଉତ୍ତରପ୍ରଦେଶର ଏକ ହଟ ସିଟ୍ ବୋଲି କୁହାଯାଇଥାଏ। ଏଠାରେ ହେମାଙ୍କୁ ଟକ୍କର ଦେବେ ଏସପି-ବିଏସପି ପ୍ରାର୍ଥୀ କୁବର ନରେନ୍ଦ୍ର ସିଂ ଓ କଂଗ୍ରେସର ମହେଶ ପାଠକ। ତିନିଜଣ ପ୍ରାର୍ଥୀ ନିର୍ବାଚନୀ ବୈତରଣୀ ପାର ହେବାଲାଗି ଉଦ୍ୟମ କରୁଛନ୍ତି। ମଥୁରାରେ ଏପ୍ରିଲ 18ରେ ନିର୍ବାଚନ ହେବାକୁ ଯାଉଛି। ତେବେ ହେମାଙ୍କ ସପକ୍ଷରେ ଜନମତ ଜାଉଛି କି ନାହିଁ ତାହା କେବଳ ଦେଖିବାକୁ ବାକି ରହିଲା।

Comment