ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଯାଜପୁର ଜିଲ୍ଲା ରସୁଲପୁରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ସିଂହାପୁର ଯାତ୍ରା। ପ୍ରତିବର୍ଷ ଭଳି ଏଥର ବି ପ୍ରାଚୀନତମ ପ୍ରଭୁ ନାରାୟଣ ଗୋସାଇଁଙ୍କ କମନୀୟ ମୂର୍ତ୍ତି ପୁଷ୍ମରିଣୀରୁ ବାହାରି ମନ୍ଦିରରେ ବିଜେ କରିଛନ୍ତିା

ବର୍ଷ ତମାମ ଗାଁ ମୁଣ୍ଡରେ ଥିବା ମଧୁତୀର୍ଥ ପୁଷ୍କରିଣୀରେ ଶୟନ କରୁଥିବା ନାରାୟଣ ଗୋସାଇଁ ପଣା ସଂକ୍ରାନ୍ତିଠାରୁ ମାତ୍ର ତିନି ଦିନ ପାଇଁ ପାଣିରୁ ବାହାରି ମନ୍ଦିରରେ ଅବସ୍ଥାନ କରିଥାନ୍ତିା ଏହି ୩ ଦିନରେ ପ୍ରଭୁ ବିଭିନ୍ନ ବେଶ ତଥା ମୀନ, କଚ୍ଛପ, ସନ୍ନ୍ୟାସ, କାଳୀୟଦଳନ ବେଶରେ ଦର୍ଶନ ଦେଇଥାନ୍ତିା

ପରମ୍ପରା ଅନୁଯାୟୀ ଗଡ଼ମଧୁପୁର ରାଜାଙ୍କ ବଂଶଧରଙ୍କ ଦ୍ୱାରା ପଇଡ଼ ପାଣିରେ ଜଳାଭିଷେକ ହୋଇଥାଏା ଏହାପରେ ସୁସଜ୍ଜିତ ରଙ୍ଗୀନ ଛତାତଳେ ସଂକୀର୍ତ୍ତନର ତାଳେ ତାଳେ ଠାକୁରଙ୍କୁ ପୂଜକ ଓ ଭକ୍ତ ପାଣିରୁ ଆଣିଥାନ୍ତିା

କିମ୍ବଦନ୍ତୀ କହେ କଳାପାହାଡ଼ ଦାଉରୁ ରକ୍ଷା କରିବା ପାଇଁ ପୂଜକ ଠାକୁରଙ୍କୁ ଏହି ପୋଖରୀ ପାଣିରେ ଲୁଚେଇ ଦେଇଥିଲୋ ୩୦୦ରୁ ଅଧିକ ବର୍ଷ ହେବ ଏହି ନିଆରା ପର୍ବ ପାଳିତ ହୋଇ ଆସୁଛିା ବର୍ଷକରେ ଥରେ ଠାକୁରଙ୍କ ଏହି ନିଆରା ଜଳଚାପ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏା

ଏହି ତିନି ଦିନରେ ଠାକୁର ମନ୍ଦିରରେ ଥିବା ସମୟରେ ଯିଏ ଯାହା ମାନସିକ ତାହା ପୂରଣ ହୁଏ ବୋଲି ବିଶ୍ୱାସ ରହିଛିା ଏହି ଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ହେଉଥିବାରୁ ଯାତ୍ରା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛିା ପୋଲିସ ପ୍ରଶାସନ ମଧ୍ୟ ଏନେଇ ସଜାଗ ରହିଛିା

ତିନି ଦିନ ପରେ ପୁଣି ନାରାୟଣ ଗୋସାଇଁ ଭକ୍ତଙ୍କଠାରୁ ମେଲାଣି ନେଇଥାନ୍ତିା ଠାକୁରଙ୍କୁ ପହଁଣ୍ଡି ବିଜେ କରି ଭକ୍ତମାନେ ପୁଣି ମଧୁତୀର୍ଥ ପୁଷ୍କରିଣୀର ଜଳ ମଝିରେ ଥିବା ସିଂହାସନରେ ଅବସ୍ଥାନ କରି ଫେରି ଆସନ୍ତି। ଏହି ଅବସରରେ ଠାକୁରଙ୍କୁ ପାରମ୍ପରିକ ରୀତି ନୀତିର ପୂଜା ଅର୍ଚ୍ଚନା କରାଯାଏା

Comment