ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ସ୍ୱାଭାବିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବ। ଏହାସିହତ ମୌସୁମୀ ଉପରେ ଏଲନିନୋର ପ୍ରଭାବ ପଡ଼ିବ ନାହିଁ।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ଜୁନରେ ମୌସୁମୀ ପହଞ୍ଚିବା ସମ୍ଭାବନା ରହିଛି। ଏହାସହିତ ମୌସୁମୀ ବର୍ଷା ପାଖାପାଖି ଏଥର ସ୍ୱାଭାବିକ ରହିବ। ବିଶେଷକରି ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ପାଖାପାଖି ସ୍ୱାଭାବିକ ରହିବ। ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ୯୬ ପ୍ରତିଶତ ରହିବ।

ବର୍ଷାଋତୁ ଶେଷ ଆଡ଼କୁ ଏଲନିନୋର ପ୍ରଭାବ ପଡ଼ିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଯାହା ଚାଷୀକୂଳ ପାଇଁ ଏକ ଭଲଖବର।

Comment