ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶ୍ରଦ୍ଧା କପୁର ଆଜିକାଲି ତାଙ୍କର ଅପକମିଂ ଫିଲ୍ମ ସାହୋକୁ ନେଇ ବି ଟାଉନରେ ଢେର ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ଏକ ଫଟୋ ଆଜି ସୋସିଆଲ ମିଡ଼ିଆକୁ ଆସିଛି। ଶ୍ରଦ୍ଧା ଓ ପ୍ରଭାସଙ୍କୁ ଏକା ସାଥିରେ ଦେଖି ସେମାନଙ୍କ ଫ୍ୟାନ ଖୁସି ଅଛନ୍ତି।

ସୋସିଆଲ ମିଡ଼ିଆକୁ ଆସିଥିବା ଫଟୋରେ ଶ୍ରଦ୍ଧା ଓ ପ୍ରଭାସ ରୋମାଣ୍ଟିକ ଲୁକରେ ନଜର ଆସିଛନ୍ତି। ଉଭୟଙ୍କ ଫଟୋକୁ ଦେଖିଲେ ଲାଗୁଛି ଯେମିତି ସେମାନେ ଫଟୋସୁଟ କରୁଛନ୍ତି।

ଏହି ଫଟୋ ଦେଖିବା ପରେ ଫ୍ୟାନଙ୍କ ମଧ୍ୟରେ ଫିଲ୍ମ ରିଲିଜକୁ ନେଇ ଏକ୍ସସାଇଟମେଣ୍ଟ ବଢ଼ିଯାଇଛି। ଏହି ଫିଲ୍ମ ହିନ୍ଦି ସହ ତେଲୁଗୁ ଓ ତାମିଲରେ ବି ରିଲିଜ୍ ହେବ।

ଟୁଇଟରରେ ଏହି ଫଟୋକୁ କେହି ଜଣେ ଫ୍ୟାନ ଶେୟାର କରିଛନ୍ତି। ଯେଉଁଥିରେ କ୍ୟାପସନ ଦିଆଯାଇଛି କ୍ୟୁଟ୍ ଓ ଟିମ୍ ସାହୋକୁ ଅଲ ଦ ବେଷ୍ଟ।

ଫିଲ୍ମରେ ଉଭୟ ଶ୍ରଦ୍ଧା ଓ ପ୍ରଭାସ ଆକ୍ସନ ଭୂମିକାରେ ନଜର ଆସିବେ। ଫିଲ୍ମରେ ବେଷ୍ଟ ଆକ୍ସନ ସିନ ରଖାଯିବ। ତେବେ ଫିଲ୍ମଟି କେବେ ରିଲିଜ୍ ସେନେଇ ନିର୍ମାତାଙ୍କ ତରଫରୁ ସେମିତି କୌଣସି ଡେଟ୍ ଆନାଉନ୍ସ କରାଯାଇନାହିଁ।

Comment