ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରତିଦିନ ସକାଳ ୪ଟାରେ ଉଠୁଥିବା ଅକ୍ଷୟ କୁମାରଙ୍କର ଫିଟ୍‌ନେସ୍‌ର କୌଣସି ଜବାବ୍‌ ନାହିଁ। ସବୁଠାରୁ ଖାସ୍‌ କଥା ହେଲା ଏମିତି ଫିଟ୍‌ନେସ୍‌ ପାଇଁ ସେ ଘଣ୍ଟା ଘଣ୍ଟା ଜିମ୍‌ରେ ବିତାଇବା ଅପେକ୍ଷା ପ୍ରାକୃତିକ ୱାର୍କଆଉଟ୍‌ କରନ୍ତି। ନିଜ ୱାର୍କଆଉଟ୍‌ ଓ ସେ ସମ୍ପର୍କିତ କିଛି କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଅକ୍ଷୟ କୁମାର।

ସେ ବିଶ୍ୱାସ କରନ୍ତି ଯେ ସୁସ୍ଥ ଶରୀର ପାଇଁ ସୁସ୍ଥ ଦିନଚର୍ଯ୍ୟା ଖୁବ୍‌ ଆବଶ୍ୟକ। ବ୍ୟସ୍ତବହୁଳ କାମ ମଧ୍ୟରେ ବି ସେ ବ୍ୟାୟାମ କରିବାକୁ ସମୟ ବାହାର କରିଥାନ୍ତି। ଏଥିପାଇଁ ସେ ତାଙ୍କରା ସମସ୍ତ କାମକୁ ଠିକ୍ ସମୟରେ ସାରିବାକୁ ଚେଷ୍ଠା କରିଥାନ୍ତି। ସେ ସବୁବେଳେ ଭୋର୍ ୪ଟାରୁ ଉଠିଥାନ୍ତି। ସେ କୁହନ୍ତି କି ଯଦି ଚିନ୍ତାଧାରା ଭଲ ରହିବ ତେବେ ମଣିଷ ସୁସ୍ଥ ଓ ଖୁସି ରହିବ।

ଅକ୍ଷୟ କୁମାର ସନ୍ଧ୍ୟା ପରେ କିଛି ଖାଇ ନ ଥାନ୍ତି। ସେ ସନ୍ଧ୍ୟା ୬.୩୦ ପରେ କିଛି ବି ଖାଦ୍ୟ ଖାଇ ନଥାନ୍ତି। ରାତି ୯ଟାରୁ ୧୦ ଟା ମଧ୍ୟରେ ସେ ଶୋଇଥାନ୍ତି।

ସେ ଏକ ସୋ’ରେ କହିଥିଲେ କି, ଯଦି ଫିଟ୍‌ ଓ ସୁସ୍ଥ ରହିବାକୁ ଚାହାନ୍ତି, ତେବେ ସୂର୍ଯ୍ୟ ଅସ୍ତ ହେବା ପରେ କେବେ ବି ଖାଦ୍ୟ ଖାଆନ୍ତୁ ନାହିଁ।

କାରଣ ଏହା ପରେ ଆପଣଙ୍କ ଶରୀର ଓ ତା’ର ସବୁ ଅଙ୍ଗ ବିଶ୍ରାମ କରିଥାନ୍ତି। ଏହା ପଛରେ ବୈଜ୍ଞାନିକ ତଥ୍ୟ ବି ରହିଛି। ଖାଦ୍ୟ ହଜମ କରିବା ପାଇଁ ଆମ ପେଟକୁ ୩ରୁ ୪ ଘଣ୍ଟା ସମୟ ଲାଗିଥାଏ। ଏମିତିରେ ଯଦି ଆମେ ବିଳମ୍ବରେ ଖାଦ୍ୟ ଖାଇବା ତେବେ ସେ ସମୟରେ ପେଟକୁ ଛାଡ଼ି ସବୁ ଅଙ୍ଗ ଶୋଇ ସାରିଥିବେ। ବିଳମ୍ବରେ ଖାଦ୍ୟ ଖାଉଥିବା ଲୋକଙ୍କର ପେଟ କେବେ ବି ସଫା ହୁଏ ନାହିଁ। କାରଣ ସେମାନଙ୍କର ଖାଦ୍ୟ ହଜମ ହୋଇ ନଥାଏ।

ଅକ୍ଷୟ ଜିମ୍ ଯିବା ଓ ୬ ପ୍ୟାକ୍ ଓ ୮ ପ୍ୟାକ୍ କରିବା ପାଇଁ ପ୍ରୋଟିନ୍ ଖାଇବାକୁ ପସନ୍ଦ କରନ୍ତି ନାହଁ। ସେ ଭାବନ୍ତି ପ୍ରୋଟିନ୍ ହୃଦଘାତ ଭଳି ସମସ୍ୟାର କାରଣ ହୋଇଥାଏ। ଅକ୍ଷୟ ଖୋଲା ସ୍ଥାନରେ ୱାର୍କଆଉଟ୍‌ କରିବାକୁ ପ୍ରାଧାନ୍ୟ ଦିଅନ୍ତି।

ସେ ଋତୁ ଅନୁଯାୟୀ ୱାର୍କଆଉଟ୍‌ କରିବାକୁ ପସନ୍ଦ କରିଥାନ୍ତି। ଯେମିତି ଗରମ ଦିନରେ ଗୋଟିଏ ଘଣ୍ଟା ପହଁରିକି ୱାର୍କଆଉଟ୍‌ କରିଥାନ୍ତି। ବର୍ଷା ଦିନରେ ଯୋଗ ଓ ମାର୍ସଲ୍‌ ଆର୍ଟ କରନ୍ତି। ଅନ୍ୟ ଦିନମାନଙ୍କରେ ଦୌଡ଼ିବା, ଚାଲିବା ଭଳି ବ୍ୟାୟାମ କରିଥାନ୍ତି।

ଅକ୍ଷୟ ଡାଏଟ୍ ଯୁକ୍ତ ଖାଦ୍ୟ ଖାଆନ୍ତି ନାହିଁ। ସେ ପିଲାଦିନରୁ ହିଁ ଶରୀର ଉପରେ ଖରାପ ପକାଉଥିବା ଖାଦ୍ୟଠୁ ଦୂରେଇ ରହିଥାନ୍ତି।

Comment