ଓଡ଼ିଶାଲାଇ ବ୍ୟୁରୋ

ଦ୍ଵିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଲାଗି ଆଜି ପ୍ରଚାର ସରୁଛି। ଶେଷଦିନରେ ବିଜେଡି ସଭାପତି ବରଗଡ଼ରେ ମାରାଥନ ପ୍ରଚାର କରୁଛନ୍ତି। ବରଗଡ଼ ସଭାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ଖୁବ୍ ବର୍ଷିଛନ୍ତିା

‘‘କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଉଛନ୍ତିା ହେଲେ କେନ୍ଦ୍ର ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛିା ମୁଁ ଥିବା ପର୍ଯ୍ୟନ୍ତ ଏହାକୁ କେହି ବନ୍ଦ କରିପାରିବେନି’’, ବରଗଡ଼ ସଭାରେ କେନ୍ଦ୍ରକୁ ଟାର୍ଗେଟ କରି ନବୀନ ଏଭଳି କହିଛନ୍ତିା

ସେ ଆହୁରି ମଧ୍ୟ କହିଛନ୍ତି, “କେନ୍ଦ୍ର ସରକାର ଏମଏସପି ଦୁଇଗୁଣା ପାଇଁ କହିଥିଲେ କିନ୍ତୁ ଦୀର୍ଘ ଦିନର ଅପେକ୍ଷା ପରେ ବି ନିଷ୍ପତ୍ତି ନିଆଗଲା ନାହିଁ। ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ସରକାର ଦାବି କଲାପରେ ବି କିଛି ହେଲାନାହିଁ। ବିଧାନସଭାରେ ହାଉସ କମିଟି କରି ଦିଲ୍ଲୀ ଗଲେ ତଥାପି କିଛି ମିଳିଲା ନାହିଁ। ୨ ବର୍ଷ ହୋଇଗଲା କିନ୍ତୁ ୨ ମିନିଟ ସମୟ ଦେଇପାରିଲେ ନାହିଁ। କେନ୍ଦ୍ରରେ ଥିବା ଦୁଇ ଓଡ଼ିଆ ମନ୍ତ୍ରୀ ମଧ୍ୟ ମୁହଁ ଖୋଲିଲେନିା”

ସେ ଆହୁରି କହିଛନ୍ତି, “୨୦୧୪ରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କଲାନିା ନିର୍ବାଚନ ଆସିବାରୁ ଏବେ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ମୁହାଁ ହେଉଛନ୍ତି। ଏବେ ଆସୁଛନ୍ତି କିନ୍ତୁ ପରେ ଆଉ ଦେଖା ମିଳିବନିା ମୁଁ କିନ୍ତୁ ଶେଷ ନିଶ୍ୱାସ ଯାଏଁ ଜନତାଙ୍କ ସେବା କରିବିା”

‘‘କୋଶଳି ଭାଷାକୁ ସମ୍ବିଧାନରେ ସାମିଲ ପାଇଁ ଦାବି କରିଥିଲିା ମାତ୍ର କୋଶଳି ଭାଷାକିୁ ସାମିଲ କରାଗଲା ନାହିଁ’’, କହିଛନ୍ତି ନବୀନ।

ସକାଳ ୧୦ଟାରେ ନବୀନ ବରଗଡ଼ରେ ଆୟୋଜନ ହେବାକୁଥିବା ଏକ ସାଧରଣ ସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ନବୀନ। ପରେ ବିଜେପୁର , ବରପାଲି,ଗାଇସିଲଟରେ ଆୟୋଜନ ହେବାକୁଥିବା ସାଧାରଣ ସଭାରେ ଯୋଗ ଦେବେ ନବୀନ। ଆଜି ନବୀନ ରାଉରକେଲାରେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି।

Comment