ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବହୁତ ପ୍ରଶଂସକ ଅଛନ୍ତି, କିନ୍ତୁ ଏମିତି ଜଣେ ପ୍ରଶଂସକ ଅଛନ୍ତି, ଯିଏ ଭୋଟ୍ ଦେବା ପାଇଁ ଚାକିରି ଛାଡ଼ିବାକୁ ପଛେଇ ନାହାନ୍ତି। ଏହି ବ୍ୟକ୍ତି ଜଣଙ୍କ ଅଷ୍ଟ୍ରେଲିଆରେ ଚାକିରି କରୁଥିଲେ। ଭୋଟିଂ ଦିନ ଛୁଟି ନମିଳିବାରୁ ଚାକିରି ଛାଡ଼ି ଭାରତ ଫେରିଆସିବାକୁ ଉଚିତ୍ ମନେ କରିଛନ୍ତି।

କର୍ଣ୍ଣାଟକ ନିବାସୀ ଏହି ବ୍ୟକ୍ତିଙ୍କ ନାମ ହେଉଛି ସୁଧୀନ୍ଦ୍ର ହେବ୍ୱାର। ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନ୍ତ୍ରୀମନ୍ତ୍ରୀ ହେବା ତାଙ୍କର ଇଚ୍ଛା। ସେଥିପାଇଁ ଚାକିରି ଛାଡ଼ି ସେ ଭାରତ ଫେରି ଆସିଥିବା ଜଣାପଡ଼ିଛି।

ଇଂରାଜୀ ୱେବସାଇଟ୍ ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ, ସୁଧୀନ୍ଦ୍ର ସିଡନୀ ଏୟାରପୋର୍ଟରେ ସ୍କ୍ରିନିଂ ଅଫିସର ଭାବେ କାମ କରୁଥିଲେ। ହେଲେ ଭୋଟିଂ ଦିନ ଛୁଟି ନମିଳିବାରୁ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ସେ। ଏ ବାବଦରେ ସୁଧୀନ୍ଦ୍ରଙ୍କ କହିଛନ୍ତି, ” କୌଣସି ପରିସ୍ଥିତିରେ ମୋତେ ଭୋଟ୍ ଦେବା ଜରୁରୀ ଥିଲା। ସୀମାରେ ଯାଇ ନିଜ ଦେଶର ସୁରକ୍ଷା ତ କରିପାରିବି ନାହିଁ କିନ୍ତୁ ଭୋଟ୍ ଦେଇ ଜଣେ ଭୋଟରର କର୍ତ୍ତବ୍ୟ ପାଳନ କରିବି ବୋଲି। ସେଥିପାଇଁ ମୁଁ ଚାକିରିରୁ ଇସ୍ତଫା ଦେଇ ଘରକୁ ଫେରି ଆସିଥିଲି।”

ଚାକିରିକୁ ନେଇ ସେଭଳି କିଛି ସମସ୍ୟା ନଥିବା ସେ କହିଛନ୍ତି। ସୁଧୀନ୍ଦ୍ର ଏମବିଏ କରିବା ସହିତ ସିଡନୀରେ ରେଲୱେ କାମ କରିସାରିଛନ୍ତି। ତେଣୁ ଦ୍ୱିତୀୟ ଚାକିରି ପାଇଁ ସେଭଳି କିଛି ସମସ୍ୟାର ସମ୍ମୁଖୀନ ହେବିନି ବୋଲି ସେ କହିଛନ୍ତି।

Comment