ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏହି ଲୋକସଭା ନିର୍ବାଚନରେ ସବୁ ଭାରତୀୟ ନିଜ ମତଦାନ ସାବ୍ୟସ୍ତ କରନ୍ତୁ ବୋଲି ବଲିଉଡ ଷ୍ଟାରମାନେ ଅପିଲ କରୁଥିବା ନଜର ଆସିଛନ୍ତି। କିନ୍ତୁ ଏମିତି କିଛି ବଲିଉଡ ଷ୍ଟାର ଅଛନ୍ତି ଯେଉଁମାନେ ଭାରତରେ ନିଜ ମତଦାନ ସାବ୍ୟସ୍ତ କରିପାରିବେ ନାହିଁ। ବଲିଉଡ ଖିଲାଡି ଅକ୍ଷୟ କୁମାର, ଆଲିଆ ଭଟ୍ଟ, କ୍ୟାଟରିନା କୈଫ ଓ ଦିପିକା ପାଦୁକୋନ୍ ଭଳି କିଛି ବଲିଉଡ ଷ୍ଟାର ଅଛନ୍ତି, ଯେଉଁମାନେ ଭାରତରେ ନିଜ ମତଦାନ ସାବ୍ୟସ୍ତ କରିପାରିବେ ନାହିଁ।

ଅକ୍ଷୟ କୁମାର

ଅକ୍ଷୟ କୁମାର ଯିଏକି ବହୁ ଦେଶଭକ୍ତି ଫିଲ୍ମରେ ଅଭିନୟ କରି ଲୋକଙ୍କରେ ଦୃଦୟରେ ସ୍ଥାନ ବନେଇବାରେ ସଫଳ ହୋଇପାରିଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ ସେ କାନାଡାର ନାଗରିକ ଅଟନ୍ତି। ତାଙ୍କ ପାଖରେ କାନାଡା ସିଟିଜେନସିପ୍ ଅଛି।

ଆଲିଆ ଭଟ୍ଟ

ବଳିଉଡରେ ଚୁଲବୁଲି ଆଲିଆ ଫିଲ୍ମ ରାଜି ପାଇଁ ପୂରା ଦେଶବାସୀଙ୍କ ମନ କିଣି ପାରିଛନ୍ତି। ଏହି ଫିଲ୍ମରେ ସେ ଭାରତୀୟ ଏଜେଣ୍ଟ ଭୂମିକାରେ ନଜର ଆସିଥିଲେ। ଯିଏ ପାକିସ୍ତାନ ଯାଇ ଗୁପ୍ତ ତଥ୍ୟ ଭାରତକୁ ପଠାଉଥିଲେ। ପୂରା ଦେଶରେ ଆଲିଆଙ୍କ ପ୍ୟାନ୍ ଅଧିକ। କିନ୍ତୁ ଆଲିଆ ଭାରତରେ ଭୋଟ୍ ଦେଇ ପାରିବେ ନାହିଁ।

ଆଲିଆଙ୍କ ମା’ ସୋନୀ ରାଜଦାନ ବ୍ରିଟିସ୍ ସିଟିଜେନସିପ୍ ନେଇଛନ୍ତି। ଆଲିଆଙ୍କ ପାଖରେ ବ୍ରିଟିସ୍ ସିଟିଜେନସିପ୍ ପାଇଛନ୍ତି।

ସେଇଭଳି ଦିପିକା ଓ କ୍ୟାଟରିନା ମଧ୍ୟ ଭାରତରେ ନିଜ ଭୋଟ୍ ଦେଇପାରିବେ ନାହିଁ। ଭାରତରେ ରହିବା ପରେ ବି ଦିପିକା ଦାନିସର ସିଟିଜେନସିପ୍ ହାସଲ କରିଛନ୍ତି। କ୍ୟାଟରିନା ବି ବ୍ରିଟିସ୍ ସିଟିଜେନସିପ୍ ପାଇଛନ୍ତି।

Comment