ଓଡ଼ିଶାଲାଇଭ ବ୍ୟୁରୋ

ଗତ କିଛିଦିନ ହେବ ସାରାରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଅନେକ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ମଙ୍ଗଲବାର ଭୁବନେଶ୍ଵର ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଥିଲା। ଏହାସହିତ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁସାରେ ଆଜି ଅପରାହ୍ନ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗିରହିବ। ଅର୍ଥାତ ଆଜି ବି ମଙ୍ଗଳବାର ପରି ଗରମ ଅନୁଭୂତ ହେବ। କିଛି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ନେଇ ପୂର୍ବାନୁମାନ କରାଯାଉଛି।

ତେବେ ପାଣିପାଗ ବିଭାଗର ସୂଚନାନୁସାରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ତାମପାତ୍ରା ଅଧିକ ରହିପାରେ ମାତ୍ର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସୂଚନା ରହିଛି। ଅନ୍ୟପଟେ ସକାଳ ୯ଟା ପରେ ଘରୁ ବାହାରକୁ ବାହାରିବା କଷ୍ଟ ହୋଇପଡ଼ୁଛି।

Comment