ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବହୁଦିନର ଅସୁସ୍ଥତା ପରେ ପୁଣି ଥରେ ଓଲିଉଡ୍‌କୁ ଫେରୁଛନ୍ତି କମେଡି କିଙ୍ଗ୍‌ ତତ୍ତ୍ୱ ପକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍‌। ପରଦା ଉପରେ ପୁଣିଥରେ ପପୁଙ୍କ ଅଭିନୟ ଦେଖିବାକୁ ମିଳିବ। ଏଥର ପରଦା ଉପରେ ପପୁଙ୍କୁ ଚୁଲ୍‌ବୁଲ୍‌ ପାଣ୍ଡେ ଭୂମିକାରେ ଏକ ପୋଲିସ୍‌ ଅଫିସର ଭାବେ ଦର୍ଶକ ଦେଖିବାକୁ ପାଇବେ। ଏହି ଫିଲ୍ମଟିର ନାଁ “ମୁଁ ବି ଚୁଲ୍‌ବୁଲ୍‌ ପାଣ୍ଡେ”।

“ମୁଁ ବି ଚୁଲ୍‌ବୁଲ୍‌ ପାଣ୍ଡେ” ଚଳଚ୍ଚିତ୍ରରେ ପପୁ ମୁଖ୍ୟ ଭୂମିକାରେ ନଜର ଆସିବେ। ପୋଲିସ୍‌ ଅଫିସର ଭୂମିକାରେ ପପୁ ଏଥର ପରଦା ଉପରେ ନିଜ ଅଭିନୟ ଓ କମେଡିର ଯାଦୁ ଦେଖାଇବେ। ସୁସ୍ଥ ହୋଇ ଫେରିବା ପରେ ଏହା ହେଉଛି ପପୁଙ୍କ ପ୍ରଥମ ଫିଲ୍ମ ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି।

ଓଲିଉଡର ଆଗ ଧାଡ଼ିର ନିର୍ଦ୍ଦେଶକ ସୁଧାକର ବସନ୍ତ “ମୁଁ ବି ଚୁଲ୍‌ବୁଲ୍‌ ପାଣ୍ଡେ” ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ଅଭିଜିତ ମଜୁମଦାର ଫିଲ୍ମର ସଂଗୀତ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି। ଚଳିତ ବର୍ଷ ରଜ ବଜାରରେ “ମୁଁ ବି ଚୁଲ୍‌ବୁଲ୍‌ ପାଣ୍ଡେ” ଫିଲ୍ମ ରିଲିଜ ହେବା ନେଇ ସୂଚନା ମିଳିଛି।

Comment