ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ୨୦୧୦ରେ ବଲିଉଡରେ ଡେବ୍ୟୁ କରିଥିଲୋ ପ୍ରଥମ ଫିଲ୍ମରେ ସୋନାକ୍ଷୀ ସୁପରଷ୍ଟାର ସଲମାନ ଖାନଙ୍କ ହିରୋଇନ ହେବାର ସୁଯୋଗ ପାଇଥିଲୋ ପ୍ରଥମ ଫିଲ୍ମ ‘ଦବଙ୍ଗ’ ବକ୍ସ ଅଫିସରେ ଧମାଲ ମଚାଇଥିଲା।

ଫିଲ୍ମର ସଫଳତା ପରେ ସୋନାକ୍ଷୀ ଦବଙ୍ଗ ଗାର୍ଲ ନାମରେ ପରିଚିତ ହୋଇଗଲୋ ବଲିଉଡରେ ୯ ବର୍ଷ ହେବା ପରେ ବି ସୋନାକ୍ଷୀଙ୍କ ସଂଘର୍ଷ ଏବେ ବି ଜାରି ରହିଛିା

ଫିଲ୍ମ ଦବଙ୍ଗ ପାଇଁ ତାଙ୍କୁ ବେଷ୍ଟ ଫିମେଲ ଡେବ୍ୟୁ  ଫିଲ୍ମଫେୟାର ଆଓ୍ୱାର୍ଡ ମିଳିଥିଲା। ଏହି ୯ ବର୍ଷ ଭିତରେ ସେ ଅନେକ ସୁପରଷ୍ଟାରଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତିା ଦବଙ୍ଗ ପରେ ସୋନାକ୍ଷୀ ବଲିଉଡ ଖିଲାଡି କୁମାର ଅକ୍ଷୟଙ୍କ ସହ ’ରାଓଡି ରାଠୌର’ ଫିଲ୍ମ କରିଥିଲୋ

ଏହାପରେ ସେ ଅଜୟ ଦେବଗନଙ୍କ ସହ ‘ସନ ଅଫ୍ ସରଦାର’ରେ ଅଭିନୟ କରିଥିଲୋ ରଣବୀର ସିଂହଙ୍କ ସହ ’ଲୁଟେରା’ , ଶାହିଦ କପୁରଙ୍କ ସହ ‘ଆର ରାଜକୁମାର’ ଫିଲ୍ମରେ କାମ କରିଥିଲୋ

ସୋନାକ୍ଷୀ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଫିଲ୍ମରେ କାମ କରିଛନ୍ତିା  ଫିଲ୍ମ ସୁପରହିଟ ମଧ୍ୟ ହୋଇଛିା ହେଲେ ଫିଲ୍ମରେ ମେଲ୍ ଆକ୍ଟରଙ୍କୁ ସବୁ କ୍ରେଡିଟ୍ ଦିଆଯାଇଛିା ଏହି ଫିଲ୍ମଗୁଡ଼ିକରେ ଅଭିନେତ୍ରୀଙ୍କର ଏତେଟା ଗୁରୁତ୍ୱପୂର୍ଣ୍ଣ ଭୂମିକା ନଥିଲା।

କେତକ ଫିଲ୍ମରେ  ସୋନାକ୍ଷୀ ଆଇଟମ୍ ଗୀତରେ ଡ୍ୟାନ୍ସ କରିଛନ୍ତିା ଫିଲ୍ମ ’କଳଙ୍କ’ରେ ବି ସୋନାକ୍ଷୀଙ୍କୁ ଦେଖିବାକୁ ପାଇବେ ଦର୍ଶକା ଅନେକ ଫିଲ୍ମରେ ସୋନାକ୍ଷୀ କାମ କରିବାର ସୁଯୋଗ ପାଇଥିଲେ ମଧ୍ୟ ବଲିଉଡରେ ତାଙ୍କ ସଫଳତାକୁ ନେଇ ଦର୍ଶକଙ୍କ ମନରେ ପ୍ରଶ୍ନ ଉଠୁଛିା

Comment