ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ବହୁ ରାଜ୍ୟରେ ଘଡ଼ଘଡ଼ି, ଝଡ଼ବର୍ଷା ସହ କୁଆପଥର ତାଣ୍ଡବ କରିଛିା ରାଜସ୍ଥାନରେ ଝଡ଼ବର୍ଷାରେ ୯ ଜଣଙ୍କର ମୃତ୍ୟୁ ଘଟିଛିା ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତିା ସେହିପରି ମଧ୍ୟପ୍ରଦେଶରେ ୧୩ ଜଣଙ୍କ ମୃତ୍ୟୁ ଘଟିଛିା

ଗୁଜୁରାଟରେ ବି ଝଡ଼ତୋଫାନରେ ୯ ଜଣଙ୍କର ମୃତ୍ୟୁ ଘଟିଛିା ସାରାଦେଶରେ ଝଡ଼ତୋଫାନରେ ସମୁଦାୟ ୨୮ଜଣଙ୍କର ମୃତ୍ୟୁ ହୋଇଛିା ଆଜି ବି ପାଣିପାଗ ବିଭାଗ ଝଡ଼ତୋଫାନ ଲାଗି  ଆଲର୍ଟ ଜାରି କରିଛନ୍ତିା

ଘଣ୍ଟାକୁ ୫୦ କିଲୋମିଟର ବହିବାର ଅନୁମାନ କରାଯାଇଛିା ହିମାଚଳ ପ୍ରଦେଶରେ ଝଡ଼ବର୍ଷା ଚେତାବନୀ ଦିଆଯାଇଛିା ବିଭନ୍ନ ରାଜ୍ୟରେ ଭୟଙ୍କର ଏହି ଝଡ଼ବର୍ଷାରେ ମୃତ, ଆହତଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ମୃତକ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

Comment